Bikash Khabar
୧୪ ବର୍ଷର ବାଳକଙ୍କ ବଦାନ୍ୟତା, ୧୪ ଲକ୍ଷ ଠୁଳ କରି ୩ ଶହ ବେସାହାରାଙ୍କୁ ବାଣ୍ଟିଲେ କୃତ୍ରିମ ଗୋଡ଼

ମୁମ୍ବାଇର ଆମେରିନାନ ସ୍କୁଲ ଅଫ ବମ୍ବେରେ ୯ମ ଶ୍ରେଣୀରେ ପଢୁଥିବା ୧୪ ବର୍ଷର ବାଳକ ବୀର ଅଗ୍ରୱାଲ ଯେଉଁ ବଦାନ୍ୟତା ଓ ମଣିଷ ପଣିଆ ଦେଖାଇଛନ୍ତି ତାହା ଦେଶ ପାଇଁ ଏକ ପ୍ରେରଣାଦାୟୀ ସଫଳ କାହାଣୀ ପାଲଟିଛି । ବୀର ନିକଟରେ ନିଜ ବୁଦ୍ଧି ବଳରେ ୧୪ ଲକ୍ଷ ଟଙ୍କା ଯୋଗାଡ଼ କରି ଏହି ଅର୍ଥରେ ଦିବ୍ୟାଙ୍ଗମାନଙ୍କୁ କୃତ୍ରିମଗୋଡ଼ ଓ ହ୍ୱିଲ ଚେୟାର ଯୋଗାଇ ଦେଇଛନ୍ତି ।

ବୀର ନିଜ ଶ୍ରେଣୀରେ ଭଲ ପାଠ ପଢିବା ସହିତ ନିଜ ଅଂଚଳରେ ଥିବା ଭିନ୍ନକ୍ଷମମାନଙ୍କ ସଂଖ୍ୟା, ସେମାନଙ୍କ ଅସଲ ସ୍ଥିତି ଓ ସଙ୍କଟକୁ ନେଇ ତଥ୍ୟ ସଂଗ୍ରହ କରିଥିଲେ । ଏହି ତଥ୍ୟ ଗୁଡ଼ିକୁ ସନ୍ନିବେଶିତ କରି ସେ କ୍ରାଉଡ଼ ଫଣ୍ଡିଙ୍ଗ ଜରିଆରେ ସାରା ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରି ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ବୀର କ୍ରାଉଡ଼ ଫଣ୍ଡିଙ୍ଗ ୱେବସାଇଟ୍ vhelptowalk.org ଜରିଆରେ ୧୪ ଲକ୍ଷ ଟଙ୍କା ପାଣ୍ଠି ଯୋଗାଡ଼ କରିପାରିବା ସହିତ ଏହି ଅର୍ଥରେ ୩୦୦ ଭିନ୍ନକ୍ଷମଙ୍କ ପାଇଁ ଜୟପୁର ଫୁଟ ନାମରେ ପରିଚିତ କୃତ୍ରିମ ଗୋଡ଼ ବାଣ୍ଟିଥିଲେ । ଗୋଟିଏ କୃତ୍ରିମ ଗୋଡ଼ର ଦାମ ୫ ହଜାର ଟଙ୍କା ।
ସେଠ ଭଗବାନ ଦାସ ଜେ ଅଗ୍ରୱାଲ ଚାରିଟେବୁଲ ଟ୍ରଷ୍ଟ ସହାୟତାରେ ବୀର ଏହି ଗୋଡ଼ ବାଣ୍ଟିଥିଲେ । 
 

04/12/2018

Leave a Reply

Your email address will not be published. Required fields are marked *

Comments