Bikash Khabar
ଗୁଜରାଟରୁ ଦିଲ୍ଲୀ ପର୍ଯ୍ୟନ୍ତ ନିର୍ମାଣ ହେବ ୧୪୦୦ କି.ମି.ଦୀର୍ଘ ସବୁଜ ପ୍ରାଚୀର

ଜଙ୍ଗଲ ଅଞ୍ଚଳ ବୃଦ୍ଧି ଏବଂ ପରିବେଶର ସୁରକ୍ଷା ପାଇଁ କେନ୍ଦ୍ର ସରକାର ୧୪୦୦ କିଲୋମିଟର ଦୀର୍ଘ ସବୁଜ ପ୍ରାଚୀରଅର୍ଥାତ ଗ୍ରୀନ ୱାଲନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଫ୍ରିକା ମହାଦ୍ବୀପରେ ନିର୍ମିତ ଗ୍ରେଟ ଗ୍ରୀନ ୱାଲ ଅଫ ସାହାରାଭଳି ଏହି ଗ୍ରୀନ ୱାଲ ନିର୍ମାଣ କରାଯିବ। ପରିବେଶ ସୁରକ୍ଷା ସହିତ ପଶ୍ଚିମ ପଟୁ ଆସୁଥିବା ଧୂଳି ମିଶ୍ରିତ ପବନକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ।

ଆଫ୍ରିକାରେ ସେନେଗଲରୁ ଜିବୁତୀ ପର୍ଯ୍ୟନ୍ତ ନିର୍ମିତ ସବୁଜ ପ୍ରାଚୀରର ଢାଞ୍ଚା ଭଳି ଗୁଜରାଟରୁ ଦିଲ୍ଲୀ-ହରିୟାଣା ସୀମାର ପାନିପତ ପର୍ଯ୍ୟନ୍ତ ଗ୍ରୀନ ୱାଲ ଅଫ ଇଣ୍ଡିଆନିର୍ମାଣ କରାଯିବ। ଏହାର ଲମ୍ବ ୧୪୦୦ କି.ମି. ଏଦଂ ଓସାର କି.ମି. ହେବ। ଆଫ୍ରିକାରେ ପରିବେଶର ସୁରକ୍ଷା ଏବଂ ରେଗିସ୍ତାନର ବୃଦ୍ଧିକୁ ରୋକିବା ପାଇଁ ଗ୍ରୀନ ୱାଲ ନିର୍ମାଣ କରାଯାଇଛି। ଏହାକୁ ଗ୍ରେଟ ଗ୍ରୀନ ୱାଲ ଅଫ ସାହାରାକୁହାଯାଉଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ, ସରକାରଙ୍କ ଏହି ନିଷ୍ପତ୍ତି ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। କିନ୍ତୁ ଅନେକ ମନ୍ତ୍ରଣାଳୟର ଅଧିକାରୀ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଯଦି ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳେ, ତେବେ ଏହାର ଭାରତରେ ବଢ଼ୁଥିବା ପ୍ରଦୂଷଣକୁ ରୋକିବାରେ ଭବିଷ୍ୟତରେ ଏକ ବଡ଼ ଉଦାହରଣ ସାଜିବ।

10/10/2019

Leave a Reply

Your email address will not be published. Required fields are marked *

Comments