Bikash Khabar
ଆଦ୍ରଭୂମି ଚିଲିକା ଉନ୍ନୟନ ପାଇଁ ୧୫୮ କୋଟି,ଉପକୃତ ହେବେ ୧୫୧ଖଣ୍ଡ ଗ୍ରାମବାସୀ

ଏସିଆ ମହାଦେଶର ବୃହତ୍ତମ କ୍ଷାରୀୟ ହ୍ରଦ ଚିଲିକା ପାରିପାର୍ଶିକ ଉନ୍ନୟନ କୁ ମଞ୍ଜୁରୀ ମିଳିଛି ଏଥିରେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଜଳବିଭାଜିକା କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବ ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ଚିଲିକା ପାର୍ଶ୍ୱବର୍ତ୍ତୀ ୧୫୧ଟି ଗ୍ରାମର ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ। ଏହା ସମେତ ରାଜ୍ୟର ଆଉ ଦୁଇ  ପ୍ରମୁଖ  ଆର୍ଦ୍ରଭୂମି ପାଇଁ ମଧ୍ୟ  ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ଅଂଶୁପା ହ୍ରଦର ବିକାଶ ପାଇଁ  ୨୧ କୋଟି ୨୩ ଲକ୍ଷ ଟଙ୍କାର ଯୋଜନାକୁ ମଞ୍ଜୁରୀ ମିଳିଛି ଚିଲିକା,ଅଂଶୁପା ଭିତରକନିକା ଆର୍ଦ୍ରଭୂମି ପାଇଁ ଯୋଜନାକୁ ଅନୁମୋଦନ ମିଳିଥିବା ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ ମିଳିଛି।

17/08/2019

Leave a Reply

Your email address will not be published. Required fields are marked *

Comments