Bikash Khabar
ମୋ ସ୍କୁଲ୍ ଅଭିଯାନରେ ୧୬୧୦ ସ୍କୁଲ ସାମିଲ,ଆଦାୟ ହୋଇଛି ୨କୋଟି ୯୬ ଲକ୍ଷ

ମୋ ସ୍କୁଲ୍ ଅଭିଯାନରେ ୨୫ଟି ଜିଲ୍ଲାର ୧୬୧୦ଟି ସ୍କୁଲ୍ ସାମିଲ ହୋଇସାରିଛି। ଆଜି ପରିଚାଳନା ସଙ୍ଗଠନର ୧୮ତମ କାର୍ଯ୍ୟକାରୀ କାଉନସିଲ୍ ବୈଠକରେ ଏହି ସୂଚନା ଦିଆଯାଇଛି। ଭର୍ଚୁଆଲ୍ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିଲେ। ଏହି ସମସ୍ତ ବିଦ୍ୟାଳୟମାନଙ୍କର ଉନ୍ନୟନ କାର୍ଯ୍ୟ ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ୨କୋଟି ୪୬ଲକ୍ଷ ୯୦ହଜାର ୨୦ଟଙ୍କା ପ୍ରଦାନ କରିଛନ୍ତି ବୋଲି ଜଣାପଡ଼ିଛି। ତେଣୁ ରାଜ୍ୟ ସରକାର ଏହାର ଦୁଇ ଗୁଣା ଅର୍ଥ ଅନୁମୋଦନ କରିଛନ୍ତି ବୋଲି ବୈଠକରେ କୁହାଯାଇଛି। ଉଭୟ ପୁରାତନ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ଅନୁଦାନ ମିଶି ୭କୋଟି ୪୦ଲକ୍ଷ ୭୦ହଜାର ୬୦ ଟଙ୍କା ହୋଇଛି। ଏହି ଅର୍ଥରେ ବିଦ୍ୟାଳୟଗୁଡ଼ିକରେ ଉନ୍ନୟନ କାର୍ଯ୍ୟ କରାଯିବ। ଏହି ଯୋଜନାରେ ଗଜପତି ଜିଲ୍ଲା ସର୍ବାଧିକ ୫୬ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପ୍ରଦାନ କରିଥିବା ବେଳେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବରଗଡ଼ ପ୍ରମୁଖ ଜିଲ୍ଲାର ବହୁ ସ୍କୁଲ୍ ଉଲ୍ଲେଖନୀୟ ଅବଦାନ ରହିଛି। ଏହି ଅଭିଯାନରେ ଟାଟା ଟ୍ରଷ୍ଟ୍ କଳାହାଣ୍ଡି, କନ୍ଧମାଳ ରାୟଗଡ଼ା ଜିଲ୍ଲାରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ିବା ପାଇଁ କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟମାନଙ୍କରେ ପାଠାଗାର ନିର୍ମାଣ ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସଚିବ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଏହି ବୈଠକରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା, ଏସ୍ସିଇଆର୍ଟି ନିର୍ଦ୍ଦେଶକ, ମୋ ସ୍କୁଲ ଅଭିଯାନର ଭାରପ୍ରାପ୍ତ ଅଧିକାରୀ, ମୁଖ୍ୟ ପରିଚାଳନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

 

14/11/2020

Leave a Reply

Your email address will not be published. Required fields are marked *

Comments