Bikash Khabar
ଇଣ୍ଟରନ୍ୟାସନାଲ ଜଷ୍ଟିସ ମିସନର ପ୍ରୟାସ, ୧୭ ବର୍ଷରେ ମୁକୁଳିଛନ୍ତି ୧୭ ହଜାର ଦାଦନ ଶ୍ରମିକ

ଦାନାପାଣି ଯୋଗାଡ଼ର ଆଶା ନେଇ ସେମାନେ ଦାଦନ ଯାଆନ୍ତି । କାମ ଯାଗାରେ ପହଂଚିବା ପରେ ହୁଏ ମୋହ ଭଙ୍ଗ । ଦାଦନ ସର୍ଦ୍ଦାରର ଜୁଲୁମ, କଠିନ ପରିଶ୍ରମ ଓ ମଜୁରୀ ମିଳିବାରେ ସମସ୍ୟା ସହିତ ମାଡ଼ ଗାଳି ମଧ୍ୟ ସହିବାକୁ ହୁଏ । ଦାଦନରେ ଏମିତି ଅସରନ୍ତି ଦୁଃଖ ବୋହୁଥିବା ଏଭଳି ଅନେକ ଶ୍ରମଜୀବିଙ୍କ ସଂଘର୍ଷର କାହାଣୀ ଶୁଣିବାକୁ ମିଳିଥିଲା ଭୁବନେଶ୍ୱର ପ୍ରେସକ୍ଲବ ପରିସରରେ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲରମ୍ଭା ଗାଁର ବୁଲା ସିକ୍କା, ଅଶୋକ ଗୁନ୍ନା ଓ କଣ୍ଟାବାଞ୍ଜିର ମହେନ୍ଦ୍ର ନାଥ ନିଜ ଦାଦନ ସଂଘର୍ଷର ବିବରଣୀ ଦର୍ଶାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଥିବା ଇଣ୍ଟରନ୍ୟାସନାଲ ଜଷ୍ଟିସ ମିସନ ମିଡ଼ିଆର ଭୂମିକାକୁ ନେଇ ଚେତାଇ ଦେଇଛି । 
ଆଇଜେଏମ ପକ୍ଷରୁ ଭୁବନେଶ୍ୱର ପ୍ରେସକ୍ଲବ ପରିସରରେ ଆୟୋଜିତ ଜୀବନୋତ୍ସବରେ ୨୦୦୧ଠାରୁ ଅଦ୍ୟାବଧି ୧୭ ହଜାର ୪୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସହିତ ପୁନର୍ବାସ କରିବାରେ କିଭଳି ସହାୟତା କରାଯାଇଛି ସୁଚନା ପ୍ରଦାନ କରାଯାଇଥିଲା । ସଂସ୍ଥା କେବଳ ଓଡ଼ିଶାର ୫ ହଜାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ତେବେ ଦାଦନ ଶ୍ରମିକମାନେ ସରକାରୀ ଯୋଜନା ଓ ସୁବିଧା ସୁଯୋଗ ବାବଦରେ ଜାଣନ୍ତି ନାହିଁ । ଆଗକୁ ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମରେ କିଭଳି ଏ ସଂପର୍କିତ ବିସ୍ତୁତ ତଥ୍ୟ ପ୍ରକାଶ ପାଇବ ସେ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ଆଇଜେଏମର ରାଜ୍ୟ ନିର୍ଦ୍ଦେଶକ ନେନୁ ଥୋମାସ, ଅନ୍ତ୍ୟୋଦୟର ମୁଖ୍ୟ ଦିଲ୍ଲୀପ ଦାସ, ସମୀରା ମନୱାର, ନିଥାନିୟାଲ ନାଗ ଓ ସାମ୍ବାଦିକ ସନ୍ଦୀପ ସାହୁ ପ୍ରମୁଖ ଜୀବନୋତ୍ସବରେ ସାମିଲ ହୋଇଥିଲେ । 
 

21/09/2018

Leave a Reply

Your email address will not be published. Required fields are marked *

Comments