Bikash Khabar
୨୦ ବର୍ଷରେ ବନ୍ୟାରେ କ୍ଷତି ହୋଇଛି ୫ ଶହ ୪୭ ଲକ୍ଷ କୋଟିରୁ ଅଧିକ ସମ୍ପତ୍ତି,ପ୍ରତିବର୍ଷ ମରୁଛନ୍ତି୧୭୦୦ ରୁ ଅଧିକ

ଚଳିତ ବନ୍ୟାରେ ଆସାମ ବିହାର ରେ ମୃତ୍ୟୁସଂଖ୍ୟା ୧୦୦ ଟପିଲାଣି କେବଳ ଚଳିତ ବର୍ଷ ନୁହଁ ଖୁବ କାମ ବ୍ୟବଧାନରେ ବର୍ଷେ ଦିବର୍ଷ ଛାଡି ଆମ ଦେଶରେ ବନ୍ୟା,ବାତ୍ୟା,ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରିବାକୁ ପଡୁଛି ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଦେଖାଦେଇଥିବା ବନ୍ୟାରେ ୫ଶହ ୪୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଟଙ୍କାରେ ଦେଶରେ ଲକ୍ଷ ୭୩ ହଜାର ଶହ ସ୍କୁଲ ସ୍ଥାପନ କରାଯାଇ ପାରିଥାନ୍ତା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୮ରେ ବନ୍ୟା ଯୋଗୁ ୨୭ ଲକ୍ଷ ଲୋକ ବେଘର ହୋଇଥିଲେ। ସେଥିମଧ୍ୟରୁ କେରଳର ୧୫ ଲକ୍ଷ ଲୋକ ରହିଛନ୍ତି। ସେମାନଙ୍କୁ ହଜାର ୬ଶହ ଅସ୍ଥାୟୀ ଶିବିରରେ ରଖାଯାଇଥିଲା। ୧୯୫୩ରୁ ୨୦୧୭ ମଧ୍ୟରେ ଗତ ୬୪ ବର୍ଷ ମଧ୍ୟରେ ହୋଇଥିବା ବନ୍ୟାରେ ଲକ୍ଷେ ହଜାର ୪ଶହ ୮୭ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ବନ୍ୟାରେ ହାରାହାରି ୧୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।   

19/07/2019

Leave a Reply

Your email address will not be published. Required fields are marked *

Comments