Bikash Khabar
କରୋନା ନେଲାଣି ୧୯୬ ଡାକ୍ତରଙ୍କ ଜୀବନ

ଆଇଏମ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶ ଏଯାବତ୍୧୯୬ ଜଣ ଡାକ୍ତରଙ୍କୁ କରୋନାରେ ହରାଇ ସାରିଲାଣି। ଏମାନଙ୍କ ମଧ୍ୟରୁ ୧୭୦ ଜଣଙ୍କ ବୟସ ୫୦ ବର୍ଷରୁ ଅଧିକ କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଡାକ୍ତରଙ୍କ ସୁରକ୍ଷା ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛି ଆଇଏମ୍ଏ। ଅଧିକରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହେଲେଣି। ଆଇଏମ୍ ପକ୍ଷରୁ କୁହାଯାଇଛି ଯେ, ସାଧାରଣ ଜ୍ବର କିମ୍ବା ଥଣ୍ଡା ହେଲେ ଲୋକେ ଡାକ୍ତରଙ୍କ ପାଖକୁ ଯାଉଥିବାରୁ ସେମାନେ ଅତି ସହଜରେ କରୋନା ସଂକ୍ରମିତ ହେଉଛନ୍ତି। ତେଣୁ ଆଇଏମ୍ ପକ୍ଷରୁ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଚିଠି ଲେଖାଯାଇଛି। ଯେଉଁମାନେ ଅତି ବିପଦରେ ଅଛନ୍ତି ସେମାନଙ୍କୁ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ଅଧିକ ଯତ୍ନବାନ୍ହେବାକୁ ପଡ଼ିବ ବୋଲି ଆଇଏମ୍ ପକ୍ଷରୁ ମୋଦୀଙ୍କ ପାଖକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଡାକ୍ତର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ପିଟାଲ୍ରେ ବେଡ୍ମିଳୁନଥିବା ଜାଣିବାକୁ ମିଳିଛି। ତେଣୁ ଏଥିପ୍ରତି ମଧ୍ୟ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଆଇଏମ୍ ପକ୍ଷରୁ କୁହାଯାଇଛି। ଆଇଏମ୍ ସାଧାରଣ ସଚିବ . ଆର୍ଭି ଅଶୋକନ କହିଛନ୍ତି ଯେ, କୋଭିଡ୍‌-୧୯ ଯୋଗୁଁ ଡାକ୍ତରମାନଙ୍କ ମଧ୍ୟରେ ମୃତ୍ୟୁ ହାର ଅତି ଭୟଙ୍କର ସ୍ଥିତିରେ ପହଞ୍ଚିଲାଣି। ତେଣୁ ଡାକ୍ତରଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

09/08/2020

Leave a Reply

Your email address will not be published. Required fields are marked *

Comments