Bikash Khabar
ରେଳବିକାଶ ପାଇଁ ପଦକ୍ଷେପ, ଗୋଟିଏ ବର୍ଷରେ ୨୦୦ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର

ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ, ବେଗରେ ସୁଧାର ଓ ସୁରକ୍ଷା ପାଇଁ ଗତ ଏକ ବର୍ଷ ମଧ୍ୟରେ କେନ୍ଦ୍ରସରକାର ୨୦୦ ଗୁୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି ।

ଏହା ସମେତ ୨୦୧୮ରେ ଦେଶରେ ପ୍ରଥମ ଥର ପାଇଁ ମଧ୍ୟମ ହାଇସ୍ପିଡ଼୍ ଟ୍ରେନ-୧୮ ଧାରଣାରେ ଗଡ଼ିବା ପାଇଁ ପ୍ରସ୍ତୁତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼ିସେମ୍ବର ୨୯ରେ ଦିଲ୍ଲୀ ଅଥବା ବାରାଣସୀଠାରୁ ଏହାକୁ ସବୁଜ ପତାକା ଦେଖାଇପାରନ୍ତି ।
ଭାରତୀୟ ରେଳର ସୁଧାର ନିମନ୍ତେ ୨୦୦ଟି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ । ସମସ୍ତ ଜୋନାଲ ରେଲୱେର ଜେନେରାଲ ମ୍ୟାନେଜରଙ୍କୁ ଆର୍ଥିକ ଏବଂ ପ୍ରଶାସନୀୟ ଶକ୍ତି ପ୍ରଦାନ ସଂପର୍କରେ ସବୁଠୁ ଅଧିକ ସଂଖ୍ୟକ ନିଷ୍ପତ୍ତି ନିଆଯାଇଛି । ଏ-୧ ଶ୍ରେଣୀ ଭୁକ୍ତ ୭୫ ଷ୍ଟେସନରେ ଷ୍ଟେସନ ନିର୍ଦ୍ଦେଶକ (କ୍ଲାସ ୱାନ) ତଥା ଡ଼ିଭିଜନରେ ଏଡ଼ିଆରଏମ ନିଯୁକ୍ତି କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଷ୍ଟେସନରେ ଯାତ୍ରୀମାନଙ୍କୁ ଅଧିକ ସୁବିଧା ଦେବା, ଟ୍ରେନ ପରିଚାଳନାର ଢାଂଚାକୁ ମଜଭୁତ କରିବା । ସଠିକ୍ ସମୟ ଅନୁଯାୟୀ ଟ୍ରେନ ଗୁଡ଼ିକର ଚଳାଚଳକୁ ନିଶ୍ଚିତତା କରିବା । ଟ୍ରେନ ପରିଚାଳନା, ସୁରକ୍ଷାକୁ ନେଇ ଡ଼ିଆରଏମଙ୍କ ଅଧିକାର ପରିସରକୁ ବଢାଯାଇଛି । 
 

26/12/2018

Leave a Reply

Your email address will not be published. Required fields are marked *

Comments