Bikash Khabar
ଜୁନ ପହିଲାରୁ ଚାଲିବ ୨୦୦ ନନ-ଏସି ଟ୍ରେନ । ରାସ୍ତାରେ ଶ୍ରମିକ ଚାଲୁଥିଲେ ଷ୍ଟେସନରେ ଛାଡିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଅନୁରୋଧ ।

 ରେଳଯାତ୍ରୀଙ୍କ ପାଇଁ ବଡ ଖବର ଜୁନ ପହିଲାରୁ ଚାଲିବ ଟ୍ରେନ ୨୦୦ ନନ-ଏସି ଟ୍ରେନ ପ୍ରତିଦିନ ଚାଲିବ ଟ୍ୱିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ତେବେ ଖୁବ ଶୀଘ୍ର ବୁକିଂ ହେବ ଅନଲାଇନ ଟିକେଟ ସବୁ ବର୍ଗର ଲୋକଙ୍କୁ ଏହି ଟିକେଟ ମିଳିବ ଟିକେଟ ପାଇଁ ବୁକିଂ ଜଲଦି ହେବ ତେବେ କେଉଁ ଟାଇମ ଟେବୁଲରେ ଚାଲିବ ତାହା ପରେ ସ୍ପଷ୍ଟ କରାଯାଇନି ତେବେ ଶ୍ରମିକଙ୍କୁ ମୁଖ୍ୟ ଷ୍ଟେସନରେ ଛାଡିବାକୁ ରେଳମନ୍ତ୍ରୀଙ୍କ ଅନୁରୋଧ ରାସ୍ତାରେ ଚାଲୁଥିବା ଶ୍ରମିକଙ୍କୁ ରାଜ୍ୟ ସରକାର ଷ୍ଟେସନରେ ଛାଡିବେ ସେମାନଙ୍କ ନାମ ପଞ୍ଜୀକରଣ କରି କେନ୍ଦ୍ରକୁ ପଠାଇବେ ଯାହା ଦ୍ୱାରା ସେମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସୁବିଧା ହେବ ବୋଲି ରେଳ ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ତେବେ ଆଗାମୀ ଦିନରେ ଶ୍ରମିକ ସହ ଲୋକଙ୍କ ସୁବିଧା ପାଇଁ ଆହୁରି କିଛି ଟ୍ରେନ ଚାଲିପାରେ ବୋଲି ସଂକେତ ଦେଇଛନ୍ତି ପୀୟୁଷ ସେପଟେ କିଛି ଦିନ ତଳେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କ ଘର ବାହୁଡା ପାଇଁ ସ୍ୱତନ୍ତ୍ର ଟ୍ରେନ ଚାଲିଥିଲା ରାଜଧାନୀ ଦିଲ୍ଲୀରୁ ରାଜ୍ୟ ରାଜଧାନୀକୁ ଟ୍ରେନ ଚାଲୁଥିଲା ଆଉ ଏବେ ପୁଣି ୨୦୦ ଟ୍ରେନ ଜୁନ ୧ରୁ ବିଭିନ୍ନ ସ୍ଥାନକୁ ଗଡିବ ଯଦିଓ ଦେଶରେ କେଉଁ କେଉଁ ସ୍ଥାନକୁ ଏହା ଗଡିବ ସ୍ପଷ୍ଟ ହୋଇନି ମାତ୍ର ଏହା ରେଳଯାତ୍ରୀଙ୍କ ପାଇଁ ଖୁସି ଖବର

20/05/2020

Leave a Reply

Your email address will not be published. Required fields are marked *

Comments