Bikash Khabar
ରଥଯାତ୍ରା ପାଇଁ ପୁରୀକୁ ଗଡିବ ୨୦୦ ସ୍ୱତନ୍ତ୍ର ବସ

ରଥଯାତ୍ରା ପାଇଁ ପୁରୀକୁ ଅଧିକ ୨୦୦ ସ୍ୱତନ୍ତ୍ର  ବସ୍ଚାଲିବ ଏହି ବସ ଗୁଡିକ ଦିନ ପାଇଁ ଚାଲିବ। ଜୁଲାଇ ତାରିଖ ରଥଯାତ୍ରା ତା ପରଦିନ ଏହି ସ୍ବତନ୍ତ୍ର ବସ୍ପୁରୀକୁ ଗଡ଼ିବ। ସେହିପରି ଜୁଲାଇ ୧୩ ତାରିଖ ବାହୁଡ଼ା ଦିନ ବାହୁଡା ବାସି ଦିନ ଏହି ସ୍ବତନ୍ତ୍ର ବସ୍ପୁରୀକୁ ଚଳାଚଳ କରିବ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ)ଙ୍କ ପକ୍ଷରୁ ସୋମବାର କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମ୍ମିଳନୀ କକ୍ଷରେ ରଥଯାତ୍ରା ପାଇଁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ସୂଚନା ଯୋଗ୍ୟ ଯେ  ପୁରୀକୁ କଟକ ଭୁବନେଶ୍ୱରରୁ ଦୈନିକ  ପାଖାପାଖି ୨୩୦ ବସ୍ଚାଲୁଥିବା ବେଳେ ରାତିରେ ୩୦ଟି ନାଇଟ୍କୋଚ୍ବସ୍ଚାଲୁଛି। ମାତ୍ର ରଥଯାତ୍ରା ପାଇଁ ଏହିସଂଖ୍ୟକ  ବସ୍ଯଥେଷ୍ଟ ନୁହେଁ। ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ୨୦୦ ସ୍ବତନ୍ତ୍ର ବସ୍ଚଳାଚଳ କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଏହି ସ୍ବତନ୍ତ୍ର ବସ୍ଗୁଡ଼ିକୁ ପରିବହନ ବିଭାଗ ପକ୍ଷରୁ ଅସ୍ଥାୟୀ ପର୍ମିଟ୍ପ୍ରଦାନ କରାଯିବ। ବସ୍ରେ ଯାତ୍ରୀ ଭଡ଼ା ଉଲ୍ଲେଖ ରହିବ। ବରମୁଣ୍ଡା, ବାଦାମବାଡ଼ି, ପୁରୀ, ପିପିଲି, କୋଣାର୍କ ଆଦି ଅଞ୍ଚଳରେ ଚଳାଚଳ କରୁଥିବା ବସ୍ ଅଟୋଗୁଡ଼ିକରେ ମଧ୍ୟ ଯାତ୍ରୀଭଡ଼ା ଉଲ୍ଲେଖ ରହିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରତିବର୍ଷ ଘରୋଇ ବସ୍ଗୁଡ଼ିକ ରଥଯାତ୍ରା ସମୟରେ ଅଧିକ ଭଡ଼ା ଦାବି କରୁଥିବା ବସ୍ଛାତ ଉପରେ ଯାତ୍ରୀ ପରିବହନ କରୁଥିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଭଳି ଘଟଣା ନଜରକୁ ଆସିଲେ କଡ଼ା ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ଆର୍ଡିସି ତଥା ପରିବହନ କମିଶନର ଚେତାବନୀ ଦେଇଛନ୍ତି। ପୁରୀ ଆର୍ଟିଓଙ୍କ ପକ୍ଷରୁ ଜୁଲାଇ ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୋଟିଏ ସୂଚନା କେନ୍ଦ୍ର ଖୋଲାଯିବ। ଏହି କେନ୍ଦ୍ରର ନମ୍ବର ୦୬୭୫୨-୨୨୩୪୭୮ ରଖାଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ସ୍ବତନ୍ତ୍ର ବସଗୁଡ଼ିକ ନିମନ୍ତେ ପୁରୀର ତାଳବଣିଆଠାରେ ଅସ୍ଥାୟୀ ବସ୍ଟର୍ମିନାଲ କରାଯିବ। ତାଳବଣିଆଠାରେ ମଧ୍ୟ ଯାତ୍ରୀମାନଙ୍କ ପାଇଁ ଗୋଟିଏ ଅସ୍ଥାୟୀ ରେଷ୍ଟ ସେଡ୍ଖୋଲାଯିବ। ସେଠାରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ସୁଲଭ ମୂଲ୍ୟ ଅର୍ଥାତ୍୨୦ ଟଙ୍କାରେ ଖାଦ୍ୟ ଯୋଗାଇଦେବାକୁ ବ୍ୟବସ୍ଥା ହୋଇଛି।

11/06/2019

Leave a Reply

Your email address will not be published. Required fields are marked *

Comments