Bikash Khabar
କଟକ ବଡ଼ ଡାକ୍ତରଖାନାରେ ଖୋଲିବ ୨୧ଟି ସହାୟତା କେନ୍ଦ୍ର

 କଟକ ବଡଡାକ୍ତରଖାନାରେ ଓପିଡି ଟିକେଟ୍କାଉଣ୍ଟର, ନିଦାନ କେନ୍ଦ୍ର ନିରାମୟରେ ଲମ୍ବା ଲାଇନ୍ଲାଗୁଥିବାରୁ ରୋଗୀ କାଉଣ୍ଟର ପାଖରେ ପହଞ୍ଚିବା ପାଇଁ ନାକେଦମ୍ହୋଇପଡୁଛନ୍ତି। ଏଭଳି ସ୍ଥିତିକୁ ଏଡାଇବା ପାଇଁ କଟକ ବଡଡାକ୍ତରଖାନାରେ ୨୧ଟି ସହାୟତା କେନ୍ଦ୍ର ଖୋଲାଯିବବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କେନ୍ଦ୍ରଗୁଡିକରେ କେତେଜଣ କର୍ମଚାରୀ ନିଯୁକ୍ତ ହେବେ ସେ ନେଇ ସରକାରୀସ୍ତରରେ ଚୂଡାନ୍ତ ହୋଇସାରିଛି। କେବଳ ଏନେଇ ଖୁବ୍ଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ ସହାୟତା କେନ୍ଦ୍ର ଖୋଲାଯିବ ବୋଲି ଜଣାପଡିଛି। ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରାଯିବା ପରେ କର୍ମଚାରୀ ନିଯୁକ୍ତି ପାଇବା ସହ କେନ୍ଦ୍ର ଖୋଲାଯିବ ବୋଲି ଜଣାପଡିଛି।ପ୍ରାପ୍ତ ସୂଚନା ଅନୁସାରେ ଏହି ସବୁ ସହାୟତା କେନ୍ଦ୍ର ପାଇଁ ୮୦ ରୁ ଅଧିକ କର୍ମଚାରୀ ନିଯୁକ୍ତି ପାଇବେ।

26/12/2019

Leave a Reply

Your email address will not be published. Required fields are marked *

Comments