Bikash Khabar
ଏସ୍‌ସିବିରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ରୁମ୍‌

ସରକାରୀ ବ୍ୟବସ୍ଥାରେ ପ୍ରଥମମେଡିକାଲ କଲେଜ ଡାକ୍ତରଖାନା ଭାବେ ଆଜି ଲୋକାର୍ପିତ ହୋଇଛି ଏସସିବିରେ ୨୪ଘଣ୍ଟିଆ ଜରୁରୀକାଳୀନ ଲୋକସଂପର୍କ କାର୍ଯ୍ୟାଳୟ। ଏହାକୁ ସ୍ବାସ୍ଥ୍ୟ ପରିବାରକଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଲୋକାର୍ପିତ କରିଛନ୍ତି। ଏଥିରେ ସ୍ବତନ୍ତ୍ର କଂଟ୍ରୋଲ ରୁମ୍ ଟୋଲ ଫ୍ରି ନମ୍ବର ରହିଥିବା ବେଳେ ଆଜି ଏଥିରେ ପ୍ରଥମ କଲ୍ଆସିଥିଲା ବଲାଙ୍ଗୀରରୁ। ଏହାକୁ ନିଜେ ରିସିଭ୍କରି ସୂଚନା ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ। ପ୍ରଥମ ଅଧଘଣ୍ଟାରେ କେବଳ କେମିତି ଏସ୍ସିବିକୁ ଚିକିତ୍ସା ପାଇଁ ଆସିବେ ସେ ସଂପର୍କରେ ସୂଚନା ପାଇବା ପାଇଁ ୧୦ରୁ ଅଧିକ ଫୋନ୍କଲ ଆସିଥିବା ଜଣାପଡିଛି। ଏହାପରେ ମନ୍ତ୍ରୀ ଗୋଳନ୍ଥରା ବସ୍ବିଦ୍ୟୁତ୍ଆଘାତ ଘଟଣାରେ ଏସ୍ସିବିରେ ଭିର୍ତ୍ତି ହୋଇଥିବା ଗୁରୁତର ଆହତଙ୍କୁ ଭେଟିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ବିଶେଷଜ୍ଞ ଡାକ୍ତରୀଦଳ ସଂପର୍କୀୟଙ୍କ ସହ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଧାୟିକା ଉଷା ଦେବୀ, ଚୌଦ୍ବାର-କଟକ ବିଧାୟକ ସୌଭିକ୍ବିଶ୍ୱାଳ ପ୍ରମୁଖ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ରହିବା ସହିତ ଗୁରୁତର ଆହତଙ୍କୁ ଭେଟିଥିଲେ। ଏସ୍ସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋଲାଥିବା ଜରୁରୀକାଳୀନ ଲୋକସଂପର୍କ କାର୍ଯ୍ୟାଳୟରେ ଅତିରିକ୍ତ ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଅତିଥିମାନେ ଏହାର ଶୁଭାରମ୍ଭ କରିଥିଲେ। ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜକାନ୍ତ ସାହୁ ଏହି ସୂଚନା କେନ୍ଦ୍ରର କାର୍ଯ୍ୟଧାରା ସଂପର୍କରେ ସୂଚନାପ୍ରଦାନ କରିଥିଲେ। ତାଙ୍କ ସୂଚନା ଅନୁସାରେ ମୋ ସରକାର -ଟି ଯୋଜନାରେ ସ୍ବାସ୍ଥ୍ୟସେବାର ବିକାଶ ଯୋଜନାରେ ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୯୫୯୫ ଲ୍ୟାଣ୍ଡ ଲାଇନ୍ନମ୍ବର ୦୬୭୧-୨୪୧୧୪୭୭ ଜାରି କରାଯାଇଛି। ଯାହାକି ପ୍ରତିଲୋକଙ୍କୁ ସବୁ ସମୟରେ ସାହାଯ୍ୟ କରିବ ସହାୟତା ଦେବ। ବଡ଼ ଧରଣର ଦୁର୍ଘଟଣା ହେଲେ ଅଥବା କେହି ଗୁରୁତର ରୋଗୀ ଏସ୍ସିବିକୁ ଚିକିତ୍ସା ପାଇଁ ଆସିବାକୁ ଚାହୁଁଥିଲେ ଏହି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ। ଏହି ନମ୍ବରରେ ୨୪ ଘଣ୍ଟିଆ ସେବା ବ୍ୟବସ୍ଥା ଯୋଗାଇ ଦିଆଯିବ। ସେଣ୍ଟ୍ରାଲ ସିକ୍ୟୁରିଟି କଂଟ୍ରୋଲ ରୁମ୍ଟ୍ରୋଲ ଫ୍ରି ନମ୍ବରକୁ କଲ୍ଆସିଲେ ତୁରନ୍ତ ଅପରେଟରମାନେ ସମସ୍ତ ବିଭାଗୀୟ ମୁଖ୍ୟ, କାଜୁଆଲିଟି ତଥା ସମସ୍ତ ବିଭାଗକୁ କଂଟ୍ରୋଲ ରୁମ୍ରୁ ସୂଚନା ଦେବେ। ଏପରିକି ଯଦି କୌଣସି ବଡ଼ଧରଣର ଦୁର୍ଘଟଣା ନେଇ ଖବର ଟୋଲ ଫ୍ରି ନମ୍ବରକୁ ଆସେ ତାହେଲେ ତୁରନ୍ତ କଂଟ୍ରୋଲ ରୁମ୍ରୁ ଏସ୍ସିବି କର୍ତ୍ତୃପକ୍ଷ, ସମସ୍ତ ବିଭାଗୀୟ ମୁଖ୍ୟ, ଜିଲ୍ଳାପ୍ରଶାସନ, ପୁଲିସ, ଅଗ୍ନିଶମ ବିଭାଗ, ଆମ୍ବୁଲାନ୍ସ, ସ୍ବେଚ୍ଛାସେବୀ ସଂଗଠନକୁ ଖବର ଦିଆଯିବ। ସରକାରୀ ସହବନ୍ଧନରେ ଥିବା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀ ଯଦି ଏସ୍ସିବିକୁ ଚିକିତ୍ସା ପାଇଁ ଆସିବାକୁ ଚାହିଁବେ ତାହେଲେ ଏହି କଂଟ୍ରୋଲ ରୁମ୍ମାଧ୍ୟମରେ ସେମାନେ ଯୋଗାଯୋଗ କରି କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇପାରିବେ। ଆମ୍ବୁଲାନ୍ସ, ଶବବାହାକ ଗାଡି ପାଇଁ ରୋଗୀ ମଧ୍ୟ ଏହି କେନ୍ଦ୍ରରୁ ସମସ୍ତ ସେବା ପାଇ ପାରିବେ।

15/02/2020

Leave a Reply

Your email address will not be published. Required fields are marked *

Comments