Bikash Khabar
ମହିଳା ଯୋଜନାର ପ୍ରଚାର ପାଇଁ ଗଡ଼ିଲା ୨୫ ରଥ

ମିଶନ ଶକ୍ତି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଆଭିମୁଖ୍ୟ ନେଇ ୨୫ ରଥ ରାଜ୍ୟରେ ପରିକ୍ରମା ଆରମ୍ଭ କରିଛି । ମଙ୍ଗଳବାର ନବୀନ ପଟ୍ଟନାୟକ ପତାକା ଦେଖାଇବା ପରେ ଏହା ଗଡ଼ିଛି । ମହିଳା ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା, ଅଡ଼ିଓ  ଭିଡ଼ିଓ କାହାଣୀ ଓ ଗୋଷ୍ଠୀ ନେତ୍ରୀମାନଙ୍କର ସଫଳତାର ଅନୁଭୂତି ଏଥିରେ ପ୍ରଚାର କରାଯାଉଛି ।

ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ମହିଳା ସାମିଲ ହୋଇଛନ୍ତି । ଏମାନଙ୍କ ସଶକ୍ତିକରଣ ପାଇଁ ରାଜ୍ୟରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୨୦୧୭ ମସିହାରୁ ସ୍ୱତନ୍ତ୍ର ଭାବେ ମିସନ ଶକ୍ତି ନିର୍ଦ୍ଦେଶାଳୟ ଗଢା ଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ  ଦଳ ଗଠନ ପ୍ରକ୍ରିୟା ହାତକୁ ନିଆଯାଇଛି । ବିଗତ ୪-୫ ବର୍ଷ ଧରି ସ୍ୱୟଂ ସହାୟକ ଦଳ ଗୁଡ଼ିକର ସୁଦୃୃଢୀକରଣ ବଦଳରେ ଆନ୍ତଃକନ୍ଦଳ ଦେଖାଯାଇଛି । ସଂଚୟ ଅର୍ଥ ହଡ଼ପ, ଋଣର ଅସଦ ବିନିଯୋଗ, କାଗଜ ପତ୍ରରେ ମିଛ ବ୍ୟବସାୟ ପରିଚାଳନା ଓ ମହାଜନୀ ସୁଧ ଅସୁଲକୁ ନେଇ ସ୍ୱୟଂ ସହାୟକ ଦଳ ଗୁଡ଼ିକରେ ବିବାଦ ସୃଷ୍ଟି ହୋଇଥିବାବେଳେ ଏହି ରଥ ପରିକ୍ରମା କେତେ ଦୂର ସଶକ୍ତ କରାଇବ ତାକୁ ନେଇ ପ୍ରଶ୍ନ ଉଠିଛି ।

16/01/2019

Leave a Reply

Your email address will not be published. Required fields are marked *

Comments