Bikash Khabar
ଏନଡ଼ିଏ ସରକାରଙ୍କ ସଫଳତା, ୩ ବର୍ଷରେ ୨.୫ କୋଟି ଯୁବକଙ୍କୁ ସ୍କିଲ ଇଣ୍ଡିଆ ଯୋଜନାରେ ମିଳିଛି ତାଲିମ

 ଏନଡ଼ିଏ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଜାରୀ ରହିଛି । ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ୱାରା ଗତ ତିନିବର୍ଷରେ ସ୍କିଲ ଇଣ୍ଡିଆ ଯୋଜନାରେ ୨.୫ କୋଟି ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇଛି । ଗତ ଦୁଇବର୍ଷ ମଧ୍ୟରେ ଦେଶର ୪୫୦ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପନା କରାଯାଇଛି । ଆଗାମୀ ଜୁଲାଇ ସୁଦ୍ଧା ଆଉ ୫୦ଟି କେନ୍ଦ୍ର ସ୍ଥାପିତ ହେବାକୁ ଥିବାବେଳେ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ମୋଟ ୭୦୦ଟି  ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାପିତ ହେବ । ଲକ୍ଷ୍ୟ ଆଧାରିତ ଆତ୍ମ ନିଯୁକ୍ତି ପାଇଁ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏକ ଲକ୍ଷ ଯୁବକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୨୦୧୫ରେ ଦେଶରେ ୫୦ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇସାରିଛି । ଏବଂ ୨୦୨୦ ସୁଦ୍ଧା ଏକ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନଡ଼ିଏ ସରକାରଙ୍କ ଚାରିବର୍ଷର ସଫଳତା ବିବରଣୀ ଦେଶକୁ ଯାଇ ମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪କୋଟି ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା କହିଥିଲେ । 

07/06/2018

Leave a Reply

Your email address will not be published. Required fields are marked *

Comments