Bikash Khabar
ରାଜ୍ୟରେ ସ୍ୱାସ୍ଥ୍ୟସେବା ବେହାଲ,୨୯୭୮ ଡାକ୍ତର ପଦବୀ ଖାଲି

ରାଜ୍ୟର ଗ୍ରାମାଞ୍ଚଳରେ ମିଳୁନି ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଆବଶ୍ୟକୀୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ କ୍ଷେତ୍ର ରେ ବାଧା ସୃଷ୍ଟି କରିଛି କେଉଁଠି ଆମ୍ବୁଲାନ୍ସ ମିଳୁନି କେଉଁଠି ଜରୁରୀ ଚିକିତ୍ସା ଚାହୁଁଥିବା ରୋଗୀଙ୍କୁ ଦେଖିବା ପାଇଁ ଡାକ୍ତର ନାହାନ୍ତି ରାଜ୍ୟରେ  ୬୭୧୯ ଡାକ୍ତର ପଦବୀ ଥିବା ବେଳେ ଏବେ ୩୭୪୨ ଡାକ୍ତର ଅଛନ୍ତି ମୋଟ ଅନୁମୋଦିତ ପଦବୀର ୪୪.୩୨ ପ୍ରତିଶତ ଡାକ୍ତରୀ ପଦବୀ ଖାଲି ପଡିଛି କେଉଁଠି ଶବକୁ ସତ୍କାର ପାଇଁ ନେବାକୁ ଗାଡି ମିଳୁନଥିବାରୁ ସ୍ୱାମୀ ନିଜ ମୃତ ପତ୍ନୀର ଶବ ବୋହିବାକୁ ପଡୁଥିବା ବେଳେ କେଉଁଠି ଗର୍ଭବତୀ ମହିଳାଙ୍କୁ ଭାର ରେ ବୋହି ହସ୍ପିଟାଲ ଯାଏଁ ଆଣିବାକୁ ପଡୁଛି କେଉଁଠି ଡାକ୍ତର ଥିବାରୁ ସଫେଇ କର୍ମଚାରୀ ଡ୍ରେସିଂ କରୁଥିବାର ଖବର ସାମ୍ନାକୁ ଆସୁଥିବା ବେଳେ କେଉଁଠି ଟର୍ଚ୍ଚ ଲାଇଟରେ ଅପରେସନ ଖବର ସାଧାରଣ ଜନଗଣଙ୍କୁ ଭାରାକ୍ରାନ୍ତ କରୁଛି ଡାକ୍ତରଙ୍କ ଅଭାବ ସବୁଠୁ ବଡ଼ ସମସ୍ୟା ସୃଷ୍ଟିକରିଛି ମୟୁରଭଞ୍ଜ ଜିଲ୍ଲାରେ ସମୁଦାୟ ୪୦୭ ଡାକ୍ତରୀ ପଦବୀ ମଧ୍ୟରୁ ୧୯୯ ଟି ପଦବୀ ଖାଲି ପଡିଛି  ଭଦ୍ରଖ ରେ ୫୪.୪୪ ଡାକ୍ତର ପଦବୀ ଖାଲି ପଡିଛି ୧୦ ଟି ଜିଲ୍ଲାରେ 50 ପ୍ରତିଶତ ରୁ ଅଧିକ ଡାକ୍ତରୀ ପଦବୀ ଖାଲି ପଡିଛି କ୍ୟାପିଟାଲ ହସ୍ପିଟାଲ ରେ ୧୨ ପ୍ରତିଶତ କଟକ ଜିଲ୍ଲାରେ ୧୫.୯୧ ପ୍ରତିଶତ ଡାକ୍ତର ପଦବୀ ଖାଲି ଅଛି  ୧୮୯ ଡାକ୍ତରଙ୍କୁ ରିଲିଭ କରାଯାଇଥିଲେ ବି ସେମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତି  ୨୦୨ ଜଣ ଡାକ୍ତର ଲମ୍ବା ଛୁଟିରେ ବା ଅଣଆନୁଷ୍ଠାନିକ ଭାବେ ଅନୁପସ୍ଥିତ  ୩୯୧ ଡାକ୍ତର ଗାଏବ  ରାଜ୍ୟ ମୁଖ୍ୟାଳୟରେ ବି ପ୍ରଶାସନିକ କାର୍ଯ୍ୟକରିବା ପାଇଁ ଡାକ୍ତର ନାହାନ୍ତି।ଏଠାରେ ୧୦୫ ଟି ପଦବୀ ଥିବା ବେଳେ ୬୧ ଟି ପଦବୀ ଖାଲି ଅଛି  ଡାକ୍ତରଙ୍କ ଅନୁପସ୍ଥିତି ରେ ରୋଗୀ କିଭଳି ସେବା ପାଉଥିବେ ସହଜରେ ଅନୁମାନ କରାଯାଇପାରେ 

17/07/2019

Leave a Reply

Your email address will not be published. Required fields are marked *

Comments