Bikash Khabar
ନୂଆ ରୂପ ନେବ ତିନି ‘ଅର୍ବାନ ହାଟ’ ଖର୍ଚ୍ଚ ହେବ ୬ କୋଟି

ନୂଆ ରୂପ ନେବାକୁ ଯାଉଛି ରାଜ୍ୟର ଅର୍ବାନ ହାଟ। ଭୁବନେଶ୍ବର ଏକାମ୍ର ହାଟ, ପୁରୀ ନୀଳାଚଳ ହାଟ କୋଣାର୍କର କୋଣାର୍କ ହାଟ। କାରିଗର ବୁଣାକାରମାନଙ୍କୁ ସିଧାସଳଖ ଗ୍ରାହକ ଯୋଗାଇ ଦେବା ଉଦ୍ଦେଶ୍ୟରେ ଖୋଲିଥିବା ଏହି ଅର୍ବାନ ହାଟକୁ ଅଧିକ ଚଳଚଞ୍ଚଳ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବାକୁ ରାଜ୍ୟ ହସ୍ତତନ୍ତ ହସ୍ତଶିଳ୍ପ ବିଭାଗ ଅଣ୍ଟା ଭିଡ଼ିଛି। ଏକ ପ୍ରାକୃତିକ ପରିବେଶ ଭିତରେ କାରିଗର ବୁଣାକାରଙ୍କୁ ଅଧିକ ବଜାର ସୁବିଧା ଦେବା, ଲୋକକଳାର ପ୍ରଚାର ପ୍ରସାର, ଓଡ଼ିଆ ଖାଦ୍ୟର ପ୍ରଦର୍ଶନ ବର୍ଷ ସାରା କିଛି ନା କିଛି ପ୍ରଦର୍ଶନୀ/ମେଳା କରି ଦର୍ଶକଙ୍କୁ ଆକର୍ଷିତ କରିବାର ଏକ ବ୍ଲୁ ପ୍ରିଣ୍ଟ୍ତିଆରି କରିଛି ଏହି ବିଭାଗ।ବୁଣାକାର କାରିଗରମାନଙ୍କୁ ସିଧାସଳଖ ବଜାର ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଅର୍ବାନ୍ ହାଟଯୋଜନାରେ ଓଡ଼ିଶାରେ ତିନିଟି ହାଟ ନିର୍ମାଣ ହୋଇଥିଲା। ତିନିଟି ହାଟର ନିର୍ମାଣଶୈଳୀ ଗ୍ରାମୀଣ ଢାଞ୍ଚାରେ କରାଯାଉଥିବାରୁ ଏହା ବେଶ୍ଆକର୍ଷଣୀୟ ହୋଇପାରିଥିଲା। ତିନିଟି ଯାକ ହାଟ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ନିର୍ମାଣ ହୋଇଥିଲେ ବି ସରକାରଙ୍କ ଆନ୍ତରିକତାର ଅଭାବରୁ ଏହା କାରିଗର ବୁଣାକାରଙ୍କ କାମରେ ଆସି ପାରି ନାହିଁ। କେବଳ ଏକାମ୍ର ହାଟରେ କିଛି କିଛି ବ୍ୟବସାୟ ହେଉଥିଲା ବେଳେ କୋଣାର୍କ ହାଟରେ ବର୍ଷସାରା ତାଲା ପଡ଼ୁଛି। ନୀଳାଚଳ ହାଟ ବି ବହୁ ସମସ୍ୟା ଘେରରେ।ହସ୍ତତନ୍ତ, ବୟନ ହସ୍ତଶିଳ୍ପ ବିଭାଗ ପକ୍ଷରୁ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇ ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା କହିଛନ୍ତି ଯେ ଅର୍ବାନ ହାଟକୁ ଓଡ଼ିଶାର ପରମ୍ପରା ଅସ୍ମିତାର ପ୍ରାଣକେନ୍ଦ୍ର ଭାବେ ପ୍ରସ୍ତୁତ କରାଯିବ। ମନୋରଞ୍ଜନ ସହ ଖାଦ୍ୟ କିଣାକିଣିର ୩୬୫ ଦିନିଆ ଚଳଚଞ୍ଚଳ ଏକ ହାଟରଯୋଜନା ହୋଇଛି। ଚଳିତ ବର୍ଷ ହାଟ ତିନିଟି ନବୀକରଣ ପାଇଁ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ଏହି ସବୁ ହାଟରେ ଅଧିକରୁ ଅଧିକ ବୁଣାକାର କାରିଗରଙ୍କୁ ସୁଯୋଗ ଦେବାକୁ ପ୍ରୟାସ କରାଯିବ। ଏଣୁ ଖାଲି ସ୍ଥାନରେ ପିଣ୍ଡି ତିଆରି କରି କାରିଗରଙ୍କ ପାଇଁଷ୍ଟଲ ପକାଇବା ବ୍ୟବସ୍ଥା କରାଯିବ। ନୀଳାଚଳ ହାଟ କୋଣାର୍କ ହାଟରେ ପର୍ଯ୍ୟାପ୍ତ ସ୍ଥାନ ଥିବାରୁ ସେଠାରେ ପିଣ୍ଡି ନିର୍ମାଣ କରାଯିବ। ଭୁବନେଶ୍ବର ଏକାମ୍ର ହାଟରେ ଖାଲି ସ୍ଥାନ ନାହିଁ, ଏଣୁ କିଛି କିଛି ସ୍ଥାନ ଖାଲି କରି ଯେତିକି ସ୍ଥାନ ବାହାରିବ, ସେହି ସ୍ଥାନରେ ପିଣ୍ଡି ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏକାମ୍ର ହାଟରେ ୧୦ଟି ପିଣ୍ଡି ତିଆରି କରିବାର ବ୍ୟବସ୍ଥା କରାଯିବ। କାରିଗରମାନଙ୍କୁ ଲଟେରି ବ୍ୟବସ୍ଥାରେ ଏଠାରେ ଷ୍ଟଲ ପକାଇବାର ଅନୁମତି ଦିଆଯିବ। ଏହି ପିଣ୍ଡି ପାଇଁ ଦୈନିକ ଦରଧାର୍ଯ୍ୟ ହେବ। ଫଳରେ କାରିଗରମାନଙ୍କୁ ୧୫ଦିନ କିମ୍ବା ମାସେ ଲେଖାଏ ସୁଯୋଗ ମିଳିବ। ଫଳରେ ଅଧିକକାରିଗର ବୁଣାକାର ନିଜ ସାମଗ୍ରୀ ବିକ୍ରି ପାଇଁ ବଜାରଟିଏ ପାଇବେ।

10/07/2020

Leave a Reply

Your email address will not be published. Required fields are marked *

Comments