Bikash Khabar
ବିନା ଟିକେଟ ଯାତ୍ରୀ ସାବଧାନ, ୧ଲକ୍ଷ ୭୬ ହଜାର ଯାତ୍ରୀଙ୍କ ଠାରୁ ୩୧ କୋଟି ଜରିମାନା ଆଦାୟ

ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ସାବଧାନ । ଟ୍ରେନ ଯାତ୍ରା ସମୟରେ ଟିକେଟ ନଥିବା ଯାତ୍ରୀଙ୍କୁ ଧରିବା ପାଇଁ ପୂର୍ବତଟ ରେଳବାଇ ଯୋଜନା ପ୍ରସ୍ତୁତ କରିଛି । ଗତ ଆର୍ଥିକ ବର୍ଷ ୨୦୧୮ ଏପ୍ରିଲ ପହିଲାରୁ ୨୦୧୯ ମାର୍ଚ୍ଚ ୩୧ ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଅତର୍କିତ ଟିକେଟ ଯାଂଚ କରାଯାଇ ବିନା ଟିକେଟରେ ଯାତ୍ରା କରୁଥିବା ପ୍ରାୟ ୧ଲକ୍ଷ ୭୬ ହଜାର ୪୯୩ ଜଣ ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ବିନା ଟିକେଟ ଯାତ୍ରୀ ଓ ଅନିୟମିତ ଯାତ୍ରାକୁ ପ୍ରଶୟ ନଦେବା ପାଇଁ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି ।

ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଗତ ଆର୍ଥିକ ବର୍ଷରେ ଅନିୟମିତ ଯାତ୍ରା ପାଇଁ ୪ଲକ୍ଷ ୯୮ ହଜାର ୪୩୭ ଜଣ ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରିଛି । ସେହିଭଳି ଲଗେଜ ବୁକ କରିନଥିବା ଓ ଅଧିକ ଲଗେଜ ସାଥିରେ ନେଉଥିବା ପ୍ରାୟ ୧ଲକ୍ଷ ୨୩ ହଜାର ୭୨୩ ଜଣ ଯାତ୍ରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ବିନା ଟିକେଟ ଯାତ୍ରା ବାବଦରେ ଯାତ୍ରୀ ଭଡ଼ା ସହିତ ପ୍ରାୟ ୮କୋଟି ୨୧ ଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଛି । ଅନିୟମିତ ଯାତ୍ରା ବାବଦରେ ଯାତ୍ରୀ ଭଡ଼ା ସହିତ ୨୨ କୋଟି ୨୦ ଲକ୍ଷ ଓ ଅଧିକ ଲଗେଜ ସାଥିରେ ନେବା କାରଣରୁ ୧କୋଟି ୧୦ ଲକ୍ଷ ଟଙ୍କା ଜରିମାନା ଗତ ଆର୍ଥିକ ବର୍ଷରେ ଆଦାୟ କରାଯାଇଛି । ଆଗକୁ ଏଭଳି ଅଭିଯାନ ବ୍ୟାପକ ହେବ ବୋଲି କୁହାଯାଇଛି ।

11/04/2019

Leave a Reply

Your email address will not be published. Required fields are marked *

Comments