Bikash Khabar
ଡ଼୍ରଗ ଇନ୍ସପେକ୍ଟରଙ୍କୁ କଡ଼ା ନିର୍ଦ୍ଦେଶ, ୩୨୮ ନିଷିଦ୍ଧ ଔଷଧ ପ୍ରସ୍ତୁତି ବା ବିକ୍ରୀ ହେଉଥିଲେ ହେବ ଲାଇସେନ୍ସ ରବ୍ଦ

କେନ୍ଦ୍ରସରକାର ୩୨୮ ପ୍ରକାର ଔଷଧକୁ ନିଷିଦ୍ଧ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ଔଷଧ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ଏକ ନିଷିଦ୍ଦାଦେଶ ଜାରୀ ରହିଛି । ଔଷଧ ଗୁଡ଼ିକ ରାଜ୍ୟରେ ଯେପରି ପ୍ରସ୍ତୁତ, କ୍ରୟ, ବିକ୍ରୟ ଏବଂ ବିତରଣ ନହୁଏ ତା ଉପରେ ନଜର ରଖିବାକୁ ନିର୍ଦ୍ଦେଶାଳୟ ସମସ୍ତ ଡ଼୍ରଗ ଇନପେକ୍ଟରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି । 
ଔଷଧ ପ୍ରସ୍ତୁତ କରୁଥିବା କମ୍ପାନୀ ଉପରେ ନଜର ରଖିବାକୁ କୁହାଯାଇଛି । ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ରବ୍ଦ କରିବାକୁ ଡ଼୍ରଗ୍ସ ଇନ୍ସପେକ୍ଟରଙ୍କୁ କୁହାଯାଇଛି । 
ସାରିଡ଼ନ ଭଳି ଯନ୍ତ୍ରଣା ନିବାରକ ୩୨୮ ପ୍ରକାର ସ୍ୱଦେଶୀ ଏବଂ ବିଦେଶୀ ଔଷଧ କମ୍ପାନୀର ଔଷଧକୁ ଭାରତରେ ନିଷିଦ୍ଧ କରାଯାଇଛି । ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ପ୍ରଭାବ ପକାଉଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । 
 

16/09/2018

Leave a Reply

Your email address will not be published. Required fields are marked *

Comments