Bikash Khabar
ମାଲକାନଗିରିର ରାସ୍ତାକଡ଼ରୁ ଉଦ୍ଧାର ହୋଇଥିଲା ୪ ଦିନର ଶିଶୁ,ଏବେ ପୋଷ୍ୟ ଭାବେ କୋଳେଇ ନେଲେ ସ୍ପେନ ଦମ୍ପତ୍ତି

ରାସ୍ତାକଡ଼ରେ ପଡ଼ିଥିଲା ୪ଦିନର ଶିଶୁପୁତ୍ର। ନା ଥିଲା ବାପା, ମାଙ୍କ ପରିଚୟ, ନା ଥିଲା ଘରର ଠିକଣା। ଏହି ଅଲୋଡ଼ା ଶିଶୁକୁ ଆଣି ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖିଥିଲା ପ୍ରଶାସନ। ଏହି ଶିଶୁପୁତ୍ରକୁ ଏବେ ଦୁଇବର୍ଷ ସ୍ପେନ୍ ଏକ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ନୂଆ ପରିଚୟ ପାଇଛି ଏହି ୨ବର୍ଷର ଶିଶୁ ଆଦିତ୍ୟ। ସ୍ପେନ୍ ଏକ ନିଃସନ୍ତାନ ଦମ୍ପତି ଭାରତରୁ ଜଣେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଚାହୁଥିଲେ। ଏଥିନେଇ ସେମାନେ ଅନ୍ଲାଇନ୍ରେ ଆବେଦନ ମଧ୍ୟ କରିଥିଲେ। ପରେ ଏଥିନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶେଷରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଥିବା ଆଇଡିଏସ୍ରୁ ଏକ ଶିଶୁପୁତ୍ରକୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ସ୍ଥିର ହେଇଥିଲା। ଆଜି ନେଇ କାଗଜପତ୍ର କାମ ଶେଷ ହେବା ପରେ ଆଦିତ୍ୟକୁ କୋରାପୁଟରୁ ନେଇ ସ୍ପେନ୍ଅଭିମୁଖେ ଯାତ୍ରା କରିଛନ୍ତି ଦମ୍ପତି। କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଉପସ୍ଥିତିରେ ଶିଶୁପୁତ୍ରକୁ ହସ୍ତାନ୍ତର କରାଯାଇଥିଲା।

 

19/11/2020

Leave a Reply

Your email address will not be published. Required fields are marked *

Comments