ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତି,ନବମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଫିସ ରେ ୪୦ ପ୍ରତିଶତ ହ୍ରାସ
ରାଜସ୍ଥାନ ସରକାର ଛାତ୍ର ଛାତ୍ରୀଙ୍କ ଫିସ ହ୍ରାସ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହା ଅଭିଭାଵକ ଓ ବିଦ୍ୟାର୍ଥୀ ଙ୍କୁ ଆଣିଦେଇଛି ଆସ୍ୱସ୍ଥି । ରାଜସ୍ଥାନ ସରକାରଙ୍କ ଦ୍ୱାରା ଗଠିତ କମିଟି ଛାତ୍ରଛାତ୍ରୀଙ୍କ ଫିସକୁ ନବମରୁ ଦ୍ୱାଦଶ ଯାଏଁ 40 ପ୍ରତିଶତକୁ ହ୍ରାସ କରିଛି। କମିଟି କହିଛି ଯେ ସିବିଏସ୍ଇ ସିଲାବସ୍ 30 ପ୍ରତିଶତ ହ୍ରାସ କରିବା ପରେ ଛାତ୍ରଛାତ୍ରୀଙ୍କ ଫି 30 ପ୍ରତିଶତ ହ୍ରାସ କରାଯାଇଥିଲା । ତେଣୁ ସେହି ଆଧାର ରେ ରାଜସ୍ଥାନ ବୋର୍ଡ 40 ପ୍ରତିଶତ ସିଲାବସ୍ ହ୍ରାସ କରିଥିବାରୁ 40 ପ୍ରତିଶତ ଫି ହ୍ରାସ ପାଇଁ ଯୋଜନା କରିଛନ୍ତି । ରାଜସ୍ଥାନର ପ୍ରଗତିଶୀଳ ଆସୋସିଏସନ କହିଛି ଯେ ଏହି ନିଷ୍ପତ୍ତି ଠିକ ନୁହେଁ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆମେ ସୁପ୍ରିମକୋର୍ଟ ଯିବୁ। ବାସ୍ତବରେ, କରୋନା ସମୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିଲା । ବନ୍ଦଥିବା ସ୍କୁଲ ଗୁଡିକରେ କାହିଁକି ଫିସ ଆଦାୟ କରାଯିବ ତାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି ।
30/10/2020