Bikash Khabar
ହରିୟାଣାରେ ଡ଼ିଜିଟାଲ ଇଣ୍ଡିଆର ସଫଳ ରୂପାୟନ, ୪୨୫ ନାଗରିକ ସେବା ଆଜିଠାରୁ ଅନଲାଇନ

ପ୍ରଧାନମନ୍ତ୍ରୀଙ୍କ ଡ଼ିଜିଟାଲ ଇଣ୍ଡିଆ ଆଧାରରେ ହରିୟାଣା ସରକାର ମଙ୍ଗଳବାର ଠାରୁ ୩୭ଟି ବିଭାଗର ୪୨୫ ପ୍ରକାର ସେବାକୁ ଅନଲାଇନ କରିଦେଇଛନ୍ତି । ଘରେ ବସି ଲୋକେ ଏହି ସେବା ଗୁଡ଼ିକ ପାଇପାରିବେ । ଏହି ସମସ୍ତ ସେବା ଅନ୍ତ୍ୟୋଦୟ ସରଳ ପୋର୍ଟାଲରେ ଉପଲବ୍ଧ କରାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ କର୍ଣ୍ଣାଲ ଠାରେ ଭିଡ଼ିଓ କନଫେରନ୍ସି ଜରିଆରେ ଏହି ସେବାର ଶୁଭାରମ୍ଭ କରିଥିଲେ । ଏହା ସହିତ ରାଜ୍ୟର ୨୨ ଜିଲ୍ଲାରେ ୧୧୫ ସରଳ କେନ୍ଦ୍ରରେ ଏହି ସେବା ଆରମ୍ଭ ହୋଇଛି । ଲୋକେ ଘରେ ବସି ନିଜର ମୋବାଇଲି, ଟ୍ୟାବ ଓ କମ୍ପ୍ୟୁଟର ଜରିଆରେ ସେବା ପାଇବା ଆବେଦନ କରିପାରିବେ କିମ୍ବା ଅନ୍ତ୍ୟୋଦୟ ସରଳ କେନ୍ଦ୍ର ଏବଂ ଅଟଳ ସେବା କେନ୍ଦ୍ର ଗୁଡ଼ିକରେ ପହଂଚି ଅଫ୍ ଲାଇନରେ ସେବା ନେଇପାରିବେ । 
 

26/12/2018

Leave a Reply

Your email address will not be published. Required fields are marked *

Comments