Bikash Khabar
ରାଜଧାନୀରେ ଅଲୋଡ଼ା ୪୫ ପ୍ରତିଶତ ବରିଷ୍ଠ ନାଗରିକ

ଗାଁ ଅପେକ୍ଷା ସହର ରେ ବରିଷ୍ଠ ନାଗରିକ ଙ୍କ ନିଃସଙ୍ଗତା ଜନିତ ସମସ୍ୟା ଅଧିକ। ଗାଁରେ ବୟସ୍କ ଙ୍କ କଥା ଶୁଣିବା ପାଇଁ ସମବୟସ୍କ ଙ୍କ ପାଖରେ ସମୟ ଥିବା ବେଳେ ସହର ରେ କେହି କାହା କଥା ଶୁଣିବାକୁ ସମୟ ନାହିଁ ଏମିତି ବୟସ ବଢ଼ିଲେ ଅଲୋଡ଼ା ହୋଇପଡ଼ୁଛନ୍ତି ବୟୋଜ୍ୟେଷ୍ଠ ନା ପିଲାମାନେ ପଚାରୁଛନ୍ତି, ନା ସମାଜ ସେମାନଙ୍କୁ ଆଦର୍ଶ ନାଗରିକଭାବେ ଗ୍ରହଣ କରୁଛି। ତେଣୁ ପ୍ରତି ୪ଜଣରେ ଜଣେ ବରିଷ୍ଠ ନାଗରିକ ଶାରୀରିକ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଜୀବନର ଅପରାହ୍ନରେ ଅଧିକାଂଶ ବୃଦ୍ଧାବୃଦ୍ଧଙ୍କୁ ନିଃସଙ୍ଗ ଜୀବନ କାଟିବାକୁ ପଡ଼ୁଛି। ଓଡ଼ିଶାରେ ବରିଷ୍ଠ ନାଗରିକମାନଙ୍କ ସ୍ଥିତି ଏବେ ଜଟିଳ ହୋଇଥିବାବେଳେ ରାଜଧାନୀରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଛି। କେବଳ ଭୁବନେଶ୍ୱରର ୪୫%ରୁ ଅଧିକ ବରିଷ୍ଠ ନାଗରିକ ନିର୍ଯାତିତ ଅବହେଳିତ, ଯାହାକି ଜାତୀୟ ହାରଠାରୁ ବେଶ୍ଅଧିକ ବୋଲି ନିକଟରେ ହେଲ୍ପଏଜ୍ଇଣ୍ଡିଆପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଓଡ଼ିଶାର ୨୮% ବୟୋଜ୍ୟେଷ୍ଠ ଦୈନିକ ନିର୍ଯାତନାର ଶିକାର ହେଉଥିବାବେଳେ ୨୮% ମାସକୁ ଥରେ ଦୁର୍ବ୍ୟବହାରର ସାମ୍ନା କରିଥାନ୍ତି। ସମାଜରେ ୯୯% ଲୋକ ବାର୍ଦ୍ଧକ୍ୟରେ ନିର୍ଯାତିତ ହେଉଥିବା ସ୍ବୀକାର କରିଥିବା ଏହି ସର୍ଭେ ଦର୍ଶାଇଛି। ରାଜ୍ୟର ୩୪% ବରିଷ୍ଠ ନାଗରିକ ଗାଳିଗୁଲଜ ଶୁଣୁଥିବାବେଳେ ୩୯% ନିଜ ପରିବାର ଆତ୍ମୀୟ ସ୍ବଜନଙ୍କଠାରୁ ସମ୍ମାନ ପାଇ ଥାନ୍ତି। ସେହିଭଳି ୨୮% ଉପେକ୍ଷିତ ଅବସ୍ଥାରେ ରହୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ୫୨% ଘଟଣାରେ ପୁଅ ନିଜ ବାପା, ମାଙ୍କୁ ନିର୍ଯାତନା ଦେଉଥିବାବେଳେ ୩୪% ମାମଲାରେ ବୋହୂ ନିର୍ଯାତନା ଦେଇଥାଏ। ବଳକା କ୍ଷେତ୍ରରେ ନାତି, ନାତୁଣୀ, ଝିଅ, ଜ୍ୱାଇଁ, ନିଜ ସ୍ବାମୀ କିମ୍ବା ସ୍ତ୍ରୀ, ଯତ୍ନ ନେଉଥିବା ଲୋକ ଏବଂ ଘରୋଇ ସହାୟକମାନେ ନିର୍ଯାତନା ଦେଇଥାନ୍ତି। ୬୦ବର୍ଷରୁ ଊର୍ଦ୍ଧ୍ୱ ୩୨% ବରିଷ୍ଠ ନାଗରିକ ପରିବାରର ଆତ୍ମସମ୍ମାନ ଦୃଷ୍ଟିରୁ ନିର୍ଯାତନାକୁ ମୁଣ୍ଡ ପାତି ସହିଯାଇଥାନ୍ତି।

01/10/2019

Leave a Reply

Your email address will not be published. Required fields are marked *

Comments