Bikash Khabar
ଗତ ୨୪ଘଣ୍ଟାରେ ରାଜ୍ୟରେ ୪୬,୪୦୪ କରୋନା ନମୁନା ପରୀକ୍ଷା

ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍ନମୁନା ପରୀକ୍ଷା ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ ନମୁନା ପରୀକ୍ଷା କରାଯାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୬,୪୦୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଟ୍ରୁନଟ୍ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ,୯୬୧ଟି ଆରଟିପିସିଆର ଏବଂ ୩୮,୩୮୫ଟି ଆଣ୍ଟିଜେନ ଟେଷ୍ଟ ଟ୍ରୁନଟ୍ରେ ୫୮ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାଯୋଗ୍ୟ, ପୁର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୪୮,୨୧୭ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ,୭୯୧ଟି ଆରଟିପିସିଆର ଏବଂ ୩୯,୩୩୮ଟି ଆଣ୍ଟିଜେନ ଟେଷ୍ଟ ଟ୍ରୁନଟ୍ରେ ୮୮ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଓଡ଼ିଶାରେ କୋଭିଡ୍ନମୁନା ପରୀକ୍ଷା ସନ୍ତୋଷଜନକ ବୋଲି କୁହାଯାଉଛି।

03/10/2020

Leave a Reply

Your email address will not be published. Required fields are marked *

Comments