Bikash Khabar
୪୭ ମହିଳା ପୁଲିସ ଅଧିକାରୀଙ୍କ କାନ୍ଧରେ ହାଇଦ୍ରାବାଦ ସୁରକ୍ଷା ବ୍ୟବସ୍ଥାର ଭାର

ନିକଟରେ ହାଇଦ୍ରାବାଦ ସିଟି ପୋଲିସ ମହିଳା ପୋଲିସ ଅଧିକାରୀମାନଙ୍କୁ ନେଇ ଏକ ପୋଲିସ ପାଟ୍ରୋଲିଂ ଟିମ୍ ଗଠନ କରିଛି । ଯାହାର ନାମ ରଖାଯାଇଛି ୱିମେନ୍ସ ଅନ ହ୍ୱିଲ । ଏହାର ଉଦ୍ଦେଶ୍ୟ ହେଉଛି ସହରରେ ମହିଳାମାନଙ୍କ ଉପରେ ଘଟୁଥିବା ଅପରାଧକୁ କମାଇବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ।

ୱିମେନ୍ସ ଅନ ହ୍ୱିଲ ଟିମରେ ଏବେ ୪୭ ମହିଳା ଅଫିସର । ଯେଉଁମାନେ ବାଇକରେ ସହର ସାରା ପଇଁନ୍ତରା ମାରୁଛନ୍ତି । ଏସିପି ଶିଖା ଗୋଏଲଙ୍କ ମତରେ ଏହି ମହିଳା ପୋଲିସ ଅଧିକାରୀମାନେ ମହିଳାଙ୍କ ସୁରକ୍ଷା ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇପାରିବେ । ଏମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି । ଅପରାଧ ରୋକିବା, ଜରୁରୀ ସ୍ଥିତିର ସମ୍ମୁଖୀନ ହେବା ଏବଂ ସୁରକ୍ଷା ସଂପର୍କିତ ସଚେତନ କରିବା ଦିଗରେ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ହାଇଦ୍ରାବାଦ ସହରରେ ଏହି ଯୋଜନା ସଫଳ ହେଲେ ଅନ୍ୟ ସହରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି । 
 

12/12/2018

Leave a Reply

Your email address will not be published. Required fields are marked *

Comments