Bikash Khabar
ପାଞ୍ଚ ଦିନିଆ ଆମ୍ବ ମେଳା ଉଦଘାଟିତ,୧୬ ଟି ଷ୍ଟଲରେ ପ୍ରଦର୍ଶିତ ହେଉଛି ୧୦ ପ୍ରଜାତିର ଆମ୍ବ

ପଞ୍ଚାୟତିରାଜ  ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିପଣନ ସଂସ୍ଥା  (ଓର୍ମାସ୍‌) ତଥା ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ ଶନିବାର ରାଜ୍ୟସ୍ତରୀୟ ଆମ୍ବ ମେଳା ଉଦ୍ଘାଟିତ ହୋଇଛି। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସ୍‌.ଆଇ.ଆର୍‌.ଡି) ପରିସରରେ ଅନୁଷ୍ଠିତ ଏହି ମେଳା ଆସନ୍ତା ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟର ଅନୁଗୋଳ, ରାୟଗଡ଼ା, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ ଗଜପତି ଆଦି ଜିଲାରୁ ଆମ୍ରପଲି, ଦଶେରୀ, ମଲ୍ଲିକା, ଲେଙ୍ଗେଡ଼ା, ବାଇଗଣପଲି , ହିମସାଗର, ତୋଟା ପୁରୀ, ସୁନ୍ଦରୀ, ନିଲମ, ବମ୍ବେ ଗ୍ରୀନ ଆଦି ୧୦ରୁ ଊର୍ଦ୍ଧ୍ୱ କିସମର ଆମ୍ବ  ପ୍ରଦର୍ଶନ ବିକ୍ରି ପାଇଁ ଉପଲବ୍ଧ ରହିଛି। ମୋଟ ୧୬ଟି ଷ୍ଟଲ୍ଖୋଲାଯାଇଛି। ଚାଷୀଙ୍କଠାରୁ ସିଧାସଳଖ ଉପଭୋକ୍ତାଙ୍କୁ ଉତ୍କୃଷ୍ଟ ଆମ୍ବ ଯୋଗାଇବା ସହ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଏହି ମେଳାର ଲକ୍ଷ୍ୟ।ସାବିତ୍ରୀ ବ୍ରତ ଅବ୍ୟବହିତ ପୂର୍ବରୁ ଆୟୋଜିତ ଏହି ମେଳା ଖାଉଟିଙ୍କ ଚାହିଦା କୁ ପୂରଣ କରିଛି

02/06/2019

Leave a Reply

Your email address will not be published. Required fields are marked *

Comments