Bikash Khabar
ବିଏମ୍‌ସିର ରାଜସ୍ବ ଆଦାୟ ୫୦ କୋଟି କମିବ!

 ଚଳିତ ଆର୍ଥିକ ବର୍ଷରେ ବିଏମ୍ସି ୧୫୦ କୋଟି ରାଜସ୍ବ ଆଦାୟ କରିବାକୁ ଟାର୍ଗେଟ୍ ରଖିଛି। ହେଲେ ବର୍ଷ ସରିବାକୁ ବସିଲାଣି ରାଜସ୍ବ ଆଦାୟ ମାତ୍ର ୬୦ କୋଟି ଛୁଇଁଛି। ଆଉ ପ୍ରାୟ ଦେଢ଼ ମାସ ଥିବାରୁ ବିଏମ୍ସି ପାଖରେ ବଡ଼ ଲକ୍ଷ୍ୟ ରହିଛି। ଏହି ସ୍ବଳ୍ପ ସମୟ ମଧ୍ୟରେ ୯୦ କୋଟି ଆଦାୟ କରିପାରିଲେ ଟାର୍ଗେଟ୍ଛୁଇଁବ। ହେଲେ ବର୍ତ୍ତମାନର ସ୍ଥିତି ଯାହା ଏବଂ ଯେଉଁଭଳି ରାଜସ୍ବ ଆଦାୟ ହେଉଛି, ସେଥିରେ ମୋଟ୍ରାଜସ୍ବ ଆଦାୟ ୧୦୦ କୋଟି ଛୁଇଁବା ବି କଷ୍ଟକର ହୋଇପଡ଼ିବ। ଯଦିବା ୧୦୦ କୋଟି ଛୁଇଁବ, ତେବେ ତାହା ଗତ ଆର୍ଥିକ ବର୍ଷ ଭଳି ୧୦୦ କୋଟିରୁ ଗୋଟେ ଦୁଇ କୋଟି ଅଧିକ ରହିବ।୨୦୧୭-୧୮ବର୍ଷରେ ବିଏମ୍ସି ୧୩୫ କୋଟି ଲକ୍ଷ ହଜାର ୨ଶହ ଟଙ୍କା ରାଜସ୍ବ ଆଦାୟ କରିଥିଲା। ଯାହା ଏକ ରେକର୍ଡ। ସେହିବର୍ଷ ୧୨୦ କୋଟି ରାଜସ୍ବ ଆଦାୟ ଟାର୍ଗେଟ୍ ଥିବା ବେଳେ ୧୫ କୋଟି ଅଧିକ ଆଦାୟ ହୋଇଥିଲା। ତେଣୁ ୨୦୧୮-୧୯ରେ ରାଜସ୍ବ ଆଦାୟ ୧୫୦ କୋଟି ହେବ ବୋଲି ଟାର୍ଗେଟ୍ରଖିଥିଲେ। ହେଲେ ୧୦୧.୨୫ କୋଟି ରାଜସ୍ବ ଆଦାୟ ହୋଇଥିଲା। ପୂର୍ବ ବର୍ଷ ତୁଳନାରେ ୩୪ କୋଟି ରାଜସ୍ବ କମିଗଲା। ଏଥିପାଇଁ ବି ବାହନା ସଜାଡ଼ି ରଖିଥିଲେ କର୍ତ୍ତୃପକ୍ଷ। କହିଲେ, ବର୍ଷା ବିତ୍ପାତ ହକି ବିଶ୍ବକପ୍ଆୟୋଜନ ପାଇଁ ରାଜସ୍ବ ଆଦାୟ କମିଗଲା। ଏପଟେ ଚଳିତ ବର୍ଷ ବି ରାଜସ୍ବ ଆଦାୟ କମିବାର ସଂକେତ ମିଳିଥିବାରୁ ବାତ୍ୟା ଫନିକୁ ଆଳ କରିବାକୁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ମେମାସରେ ହୋଇଥିବା ବାତ୍ୟା ଯୋଗୁଁ ବିଏମ୍ସିର ଅଧିକାରୀ ୱାର୍ଡ ଅଫିସର୍ମାନେ ରାଜଧାନୀର ପୁନରୁଦ୍ଧାର କାର୍ଯ୍ୟ ରିଲିଫ ବିତରଣରେ ସାମିଲ୍ହେବାରୁ ରାଜସ୍ବ ଆଦାୟ ହୋଇପାରିଲାନି। ତେଣୁ ଏଥର ଟିକସ ଆଦାୟ ମୁଖ୍ୟତଃ ଏଥିପାଇଁ କମିଗଲ ବୋଲି କହିବେ। କିନ୍ତୁ ଅସଲରେ, ଏଥର ବିଏମ୍ସି ବର୍ଷ ଶେଷକୁ ହୋଲଡିଂ ଟିକସ ନେଇ ନୂଆ ନିୟମ ଆଣିବାରୁ ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟରମାନେ ନୂଆ ନିୟମ ଅନୁଯାୟୀ, ଟିକସ ଆଦାୟ କରିବେ କି ପୂରୁଣା ନିୟମ ଅନୁଯାୟୀ ଆଦାୟ କରିବେ, ସେନେଇ ଦ୍ବନ୍ଦ୍ବରେ ପଡ଼ିଲେ। ବିଏମ୍ସି କର୍ତ୍ତୃପକ୍ଷ ଏନେଇ ନିଷ୍ପତ୍ତି ନେବାରେ ବିଳମ୍ବ କରିବାରୁ ଟିକସ ଆଦାୟ ପ୍ରଭାବିତ ହେଲା। କେବଳ ଏତିକି ନୁହେଁ, ଅନଲାଇନ୍ ହୋଲଡିଂ ଟିକସ ଆଦାୟ ବ୍ୟବସ୍ଥା ଆରମ୍ଭ ହେବାରୁ ତଥ୍ୟ ଅପଲୋଡ୍କରିବା ଏବଂ ସର୍ଭେ କରିବାରେ ମାସାଧିକ ସମୟ ଯିବାରୁ ଟିକସ ଆଦାୟ ପୂର୍ବଥରଗୁଡ଼ିକ ଭଳି ହେବନି ବୋଲି ଟ୍ୟାକ୍ସ କଲେକ୍ଟରମାନେ ଶୁଣାଇ ସାରିଲେଣି।

13/02/2020

Leave a Reply

Your email address will not be published. Required fields are marked *

Comments