Bikash Khabar
ପୁଣି ଗଂଜାମ ରୁ ୫୦ ଆକ୍ରାନ୍ତ ଚିହ୍ନଟ, ବ୍ରହ୍ମପୁରରେ ହେବ ୪ ଦିନିଆ ସଟଡାଉନ୍

 ଗଂଜାମ ଜିଲ୍ଲାରେ ୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧ ଶହ ୩୮କୁ ବୃଦ୍ଧି ହୋଇଛି ଜିଲ୍ଲାରେ ୭୬୮ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏବେ ୩୧୨ ଜଣ ଆକ୍ଟିଭ୍ କେସ୍ ରହିଛନ୍ତି ଜଣଙ୍କ ମୃତ୍ୟୁ ହୋଇଛି ଜିଲ୍ଲାରେ ନୂଆ କରି ଚିହ୍ନଟ ହୋଇଥିବା ୫୦ ଜଣ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଇ ଦିଆଯାଇଛି ସେପଟେ କରୋନା ଉପରେ କାବୁ ପାଇବାକୁ ଆସନ୍ତାକାଲି ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁରରେ ଲାଗୁ ହେବାକୁ ଯାଉଛି ଦିନିଆ ସଟଡାଉନ୍ ଏନେଇ ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସଟଡାଉନ୍ ସମୟରେ ବ୍ରହ୍ମପୁରରେ ୭୦ଟି ଟିମ୍ ଘରକୁ ଘର ବୁଲି ସ୍କ୍ରିନିଂ କରିବେ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଏହା ମଧ୍ୟରେ ୧୧ ହଜାର ୩୮କୁ ବଢିଗଲାଣି ଏହା ମଧ୍ୟରୁ ୭୬୮ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଲେଣି, ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୩୧୨ କରୋନା ସଂକ୍ରମଣରେ ଗଂଜାମ ଜିଲ୍ଲାରୁ ଜଣଙ୍କ ଜୀବନ ଯାଇଛି ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ବ୍ରହ୍ମପୁରରେ ଦିନିଆ ସଟଡାଉନ ଲାଗୁ କରିବାକୁ ନିଷ୍ପତି ନେଇଛି ପ୍ରଶାସନ

26/06/2020

Leave a Reply

Your email address will not be published. Required fields are marked *

Comments