Bikash Khabar
ନିବେଶ ହେବ ୧୦ ହଜାର କୋଟି, ଓଡ଼ିଶାରେ ପ୍ରତିଷ୍ଠା ହେବ ୫୦୦ ବାୟୋଗ୍ୟାସ ପ୍ଲାଣ୍ଟ

ରାଜ୍ୟରେ ୫୦୦ କମ୍ପ୍ରେସଡ଼୍ ବାୟୋଗ୍ୟାସ (ସିବିଜି) ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।  ଶୁକ୍ରବାର ଇଣ୍ଡିଆନ ଅଏଲର ସିଜିଏମ ପ୍ରୀତିଶ ଭରତ ଏକ ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି । ପ୍ରୀତିଶ ଭରତଙ୍କ ସୂଚନାନୁଯାୟୀ ବାୟୋଗ୍ୟାସ ପ୍ଲାଣ୍ଟ ଗୁଡ଼ିକ ଗୋବର, ବର୍ଜ୍ୟବସ୍ତୁ ଓ କୃଷିବର୍ଜ୍ୟରୁ ପରିଚାଳିତ ହେବ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୧୦୦ଟି ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା ହେବ । ପରେ ଆଉ ୪୦୦ଟି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଗୋଟିଏ ଏଭଳି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ପ୍ରୀତିଶ ସୂଚନା ଦେଇଥିଲେ ।

ତୈଳ କମ୍ପାନୀଗୁଡ଼ିକ ଉଦ୍ୟୋଗୀମାନଙ୍କ ଠାରୁ କମ୍ପ୍ରେସଡ଼୍ ବାୟୋଗ୍ୟାସ କ୍ରୟ କରି ଏହାକୁ ଅଟୋମେଟିଭ ଇନ୍ଧନ ଭାବେ ବଜାରରେ ଉପଲବ୍ଧ କରାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ସମଗ୍ର ଦେଶରେ ୫ହଜାର ସିବିଜି ପ୍ଲାଣ୍ଟ ସ୍ଥାପନ କରି  ୨୦୨୩ ସୁଦ୍ଧା ୧୫ ନିୟୁତ ଟନ୍ ବାର୍ଷିକ ସିବିଜି ଉତ୍ପାଦନ ଲକ୍ଷ୍ୟ ରହିଥିବା ଇଣ୍ଡିଆନ ଅଏଲର ସିଜିଏମ ପ୍ରୀତିଶ ଭରତ କହିଛନ୍ତି । 
 

15/12/2018

Leave a Reply

Your email address will not be published. Required fields are marked *

Comments