Bikash Khabar
ପିଏମ୍‌ କେୟାର୍‌ସ ଫଣ୍ଡ୍‌ ରେ କିଣାଯିବ ୫୦ ହଜାର ମେଡ୍‌ ଇନ୍‌ ଇଣ୍ଡିଆ ଭେଣ୍ଟିଲେଟର

 ପିଏମ୍କେୟାର୍ ଫଣ୍ଡ୍ଅଧୀନରେ ୫୦ ହଜାର ମେଡ୍ଇନ୍ଇଣ୍ଡିଆ ଭେଣ୍ଟିଲେଟର ପ୍ରସ୍ତୁତି ପାଇଁ ୨୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏହି ମେଡ୍ଇନ୍ଇଣ୍ଡିଆ ଭେଣ୍ଟିଲେଟରଗୁଡ଼ିକୁ ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲ୍ଗୁଡ଼ିକୁ ଦିଆଯିବ। ୫୦ ହଜାର ଭେଣ୍ଟିଲେଟରରୁ ୩୦ ହଜାର ଭେଣ୍ଟିଲେଟର ଭାରତ ଇଲେକଟ୍ରୋନିକ୍ସ ଲିମିଟେଡ୍ଦ୍ବାରା ତିଆରି କରାଯାଉଛି। ଅନ୍ୟ ୨୦ ହଜାର ଭେଣ୍ଟିଲେଟର ଅନ୍ୟ ୪ଟି ସଂସ୍ଥା ଦ୍ବାରା ତିଆରି କରାଯାଉଛି। ତେବେ ଏଥିମଧ୍ୟରୁ ପ୍ରାୟ ୧୩୪୦ଟି ଭେଣ୍ଟିଲେଟର ରାଜ୍ୟମାନଙ୍କୁ ଦିଆସରିଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀକୁ ସର୍ବାଧିକ ୨୭୫ ଲେଖାଏଁ ଭେଣ୍ଟିଲେଟର, ଗୁଜରାଟକୁ ୧୭୫, ବିହାରକୁ ୧୦୦, କର୍ଣ୍ଣାଟକକୁ ୯୦, ରାଜସ୍ଥାନକୁ ୭୫ ଭେଣ୍ଟିଲେଟର ଦିଆସରିଛି। ଜୁନ୍ଶେଷ ସୁଦ୍ଧା ରାଜ୍ୟମାନଙ୍କୁ ଅତିରିକ୍ତ ୧୪ ହଜାର ଭେଣ୍ଟିଲେଟର ଦିଆଯିବ। ଅନ୍ୟପକ୍ଷେ ପ୍ରବାସୀମାନଙ୍କ ମଙ୍ଗଳ ପାଇଁ ମଧ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପିଏମ୍କେୟାର୍ ଫଣ୍ଡ୍ଅଧୀନରେ ପ୍ରାୟ ହଜାର କୋଟି ଟଙ୍କା ଦିଆସରିଛି।

24/06/2020

Leave a Reply

Your email address will not be published. Required fields are marked *

Comments