Bikash Khabar
ପୁରୀ ବିକାଶ ପାଇଁ ୫୦୦ କୋଟି

 ପୁରୀ ପାଇଁ ୫୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭିତ୍ତିଭୂମି ବିକାଶ କ୍ଷତିଗ୍ରସ୍ତଙ୍କୁ ଥଇଥାନ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ ମଠ ଗୁଡିକର ପୁନରୁଦ୍ଧାର ପାଇଁ ପ୍ୟାକେଜ ଘୋଷଣା ହୋଇଥିବାବେଳେ ମାଳତିପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସେତୁ ସଂଯୋଗ କରାଯିବ ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ସେହିପରି ଜଗନ୍ନାଥ ବଲ୍ଲଭ ମଠରେ  ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ।  ବହୁତଳ ପାର୍କିଂ ସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାର ମଧ୍ୟ ବ୍ୟବସ୍ଥା ହେବ। ପୁରୀର ଭିତ୍ତିଭୂମି ବିକାଶ ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା ଏଥିରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉପସ୍ଥିତ ଥିଲେ ସେହିପରି ମୂଷା ନଦୀର ପୁନରୁଦ୍ଧାର କରାଯାଇ ମଙ୍ଗଳା ନଦୀରେ ସଂଯୋଗ କରାଯିବ ବୋଲି ନବୀନ କହିଛନ୍ତି। ପୁରୀଠାରେ ୨୮ ଏକର ଜମିରେ ୩୫ କୋଟି ଟଙ୍କା ବ୍ୟୟରେ ଏକ ହ୍ରଦର ବିକାଶ କରାଯିବା ସହ ପୁରୀରେ ଥିବା ମଠଗୁଡିକୁ ଅବଡା ଯୋଜନାରେ ସରକାର ସହଯୋଗ ଯୋଗାଇବେ। ସେହିପରି ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ ଶ୍ଵେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଇନ୍ଦ୍ରଦ୍ୟୁମ୍ନ ଗୁଡିକର ପୁନରୁଦ୍ଧାର କରାଯିବ  ଏହି ସବୁ କାର୍ଯ୍ୟ ଆଗାମୀ ବର୍ଷ ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ।  

23/08/2019

Leave a Reply

Your email address will not be published. Required fields are marked *

Comments