Bikash Khabar
ଉଜ୍ଜ୍ୱଳା ଯୋଜନା, ୬ କୋଟି ଉପଭୋକ୍ତା ପାଇଲେଣି ଏଲପିଜି ସଂଯୋଗ

ଦିନ ଥିଲା ଏଲପିଜି ଗ୍ୟାସ ସଂଯୋଗଟିଏ ପାଇବା ପାଇଁ ୱେଟିଂ ଲିଷ୍ଟରେ ଗଡ଼ି ଚାଲୁଥିଲା ନାମ । ମାସ ମାସ ପ୍ରତୀକ୍ଷା ପରେ ମିଳୁନଥିଲା ଗ୍ୟାସ । ହେଲେ ଏବେ ସାଢେ ଚାରିବର୍ଷର ମୋଦି ସରକାରଙ୍କ ସମୟରେ ଦେଶର ପ୍ରତ୍ୟେକ ଘରେ ରୋଷେଇ ଗ୍ୟାସ ପହଂଚାଇବା ପାଇଁ କେନ୍ଦ୍ରସରକାର ଲକ୍ଷ୍ୟ ରଖି ସେ ଆଡ଼କୁ ଅଗ୍ରଗତି ହେଉଛନ୍ତି । ବୁଧବାର ସୁଦ୍ଧା ଦେଶରେ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ଉପଭୋକ୍ତାଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା ଜଣାଯାଇଛି । 

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡ଼ୁ ଦିଲ୍ଲୀ ଖାନପୁର ଶିବ ପାର୍କ ନିବାସୀ ଜସ୍ମିନ ଖାତୁନଙ୍କୁ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ତମ ମାଗଣା ଏଲପିଜି ସଂଯୋଗ କାଗଜ ହସ୍ତାନ୍ତର କରିଥିଲେ । ୨୦୧୬ ମେ ପହିଲାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୦୧୯ ମାର୍ଚ୍ଚ ସୁଦ୍ଧା ୫ କୋଟି ଗ୍ୟାସ ସଂଯୋଗ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୨୦୨୧ ସୁଦ୍ଧା ୮ କୋଟି ସଂଯୋଗର ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି । 
 

03/01/2019

Leave a Reply

Your email address will not be published. Required fields are marked *

Comments