ବିଏଚ୍ୟୁରେ ଖୁବ୍ ଶୀଘ୍ର ‘ଭୂତ ବିଦ୍ୟା’ ଉପରେ ୬ ମାସିଆ ପାଠ୍ୟକ୍ରମ ଆରମ୍ଭ ହେବ। ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରାଯାଇପାରିବ ତାହା ଏହି ପାଠ୍ୟକ୍ରମର ଲକ୍ଷ୍ୟ ବୋଲି କୁହାଯାଉଛି। ଏହି ପାଠ୍ୟକ୍ରମରେ କେଉଁ କେଉଁ ବିଷୟ ସ୍ଥାନୀତ ହେବ ତାହାର ଏକ ସିଲାବସ୍ ପ୍ରଫେସର ବି.କେ. ଦ୍ୱିବେଦୀଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଛି। ୨୦୨୦ ଜାନୁୟାରୀଠାରୁ ଏହି ପାଠ୍ୟକ୍ରମ ଉପରେ ଶିକ୍ଷାଦାନ ଆରମ୍ଭ କରାଯିବ ବୋଲି ବିଏଚ୍ୟୁ ପକ୍ଷରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଭୁତ ଙ୍କ ଅସ୍ତିତ୍ବ ଓ ଉପଦ୍ରଵ କୁ ଭିତ୍ତିକରି ବହୁ ବିଶ୍ୱାସ ପ୍ରଚଳିତ ରହିଛି । କେଉଁଠି ଭୁତ ପାଇଁ ଲୋକେ ନିଜ ପୈତୃକ ଘର ଛାଡିଦେଉଛନ୍ତି ତ କେଉଁଠି ଭୁତ ଡର ରେ ମାସ ମାସ ଧରି ପିଲାମାନେ ସ୍କୁଲ ଯାଉନାହାନ୍ତି । ଡେଉଁରିଆ,ତାବିଜ ଓ କଳାଯାଦୁ ର ଆଶ୍ରୟ ନେଇ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହା ଏକ ଅନ୍ଧ ବିଶ୍ୱାସ ବୋଲି ଗ୍ରହଣ କରିବାକୁ ପ୍ରସ୍ତୁତ ହେଉନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବିଏଚୟୁ ପକ୍ଷରୁ ୬ ମାସିଆ ଭୁତ ବିଦ୍ୟା ପାଠ୍ୟକ୍ରମ ପ୍ରସ୍ତୁତ ହେଉଛି ।
25/12/2019