Bikash Khabar
ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବ ୬ ବିଭାଗ

ପୋଲିସ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଅନେକ ସୁଫଳ ମିଳିଛି। ତେଣୁ ସରକାର ନିୟମିତ ବ୍ୟବଧାନରେ ସମସ୍ତ ବିଭାଗକୁ ମୋ ସରକାର ଅଧୀନକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆସନ୍ତା ଡିସେମ୍ବରରେ ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଏହି କାର୍ଯ୍ୟକ୍ରମ ଅଧୀନକୁ ଆସିବ ବୋଲି ଜଣାପଡିଛି। ସେହିଭଳି ମିଶନ ଶକ୍ତି ଅଧୀନରେ ଆସୁଥିବା ଯୋଜନା, ମମତା, କୃଷକଙ୍କ ପାଇଁ ପ୍ରଣୟନ ହୋଇଥିବା କାଳିଆ ଏବଂ ଚାଷୀ ପଞ୍ଜୀକରଣ, ଖାଦ୍ୟ ସୁରକ୍ଷା ଏବଂ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମକୁ ସାମିଲ କରାଯିବ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସମସ୍ତ ବିଭାଗକୁ ମୋ ସରକାର ଅଧୀନକୁ ଅଣାଯିବ।

19/11/2019

Leave a Reply

Your email address will not be published. Required fields are marked *

Comments