Bikash Khabar
୬ମାସ ସୁଦ୍ଧା ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ଚାଲିବ ବିମାନ

 ଆସନ୍ତା ୬ମାସ ମଧ୍ୟରେ ଓଡ଼ିଶାରୁ ଆଉ ୧୪ଟି ନୂଆ ସ୍ଥାନକୁ ବିମାନ ଚଳାଚଳ କରିବ। ଏଥିରେ ଉଭୟ ଆନ୍ତର୍ଜାତିକ ଘରୋଇ ଗନ୍ତବ୍ୟ ସ୍ଥଳ ରହିଛି। ଏଥିପାଇଁ ବିଭିନ୍ନ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଜଣାଇଛନ୍ତି।ଆଜି ଭୁବନେଶ୍ୱରରେ ଆୟୋଜିତ ଏୟାରଲାଇନ୍ସ ଅପରେଟର ସିଇଓ, କେନ୍ଦ୍ର ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ନୂଆ ସ୍ଥାନକୁ ବିମାନ ଚଳାଚଳ କରିବା ପାଇଁ ସହମତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ କହିଥିଲେ ଯେ, ରାଜ୍ୟରେ ବେସାମରିକ ବିମାନ ଚଳାଚଳ ବ୍ୟବସାୟ ପାଇଁ ଆବଶ୍ୟକ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ।ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୧୪ଟି ବିମାନ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦେଶବିଦେଶର ବିଭିନ୍ନ ସ୍ଥାନକୁ ଉଡ଼ାଣ କରାଇବାକୁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସହମତି ଦେଇଛନ୍ତି। ଏଥିରେ କୋଲକାତା-ଝାରସୁଗୁଡ଼ା, ଭୁବନେଶ୍ୱର-ବାରାଣାସୀ,ଝାରସୁଗୁଡ଼ା-ମୁମ୍ବାଇ,ବାରାଣାସୀ-ଭୁବନେଶ୍ୱର, ପ୍ରୟାଗରାଜ-ଭୁବନେଶ୍ୱର, ଦିଲ୍ଲୀ-ଭୁବନେଶ୍ୱର, ଭୁବନେଶ୍ୱର-ରାଉରକେଲା, ଭୁବନେଶ୍ୱର-କଲକିମୁଣ୍ଡା, ଭୁବନେଶ୍ୱର-ବ୍ୟାଙ୍କକ, ବ୍ୟାଙ୍କକ୍‌-ଭୁବନେଶ୍ୱର, ସଙ୍ଗାପୁର-ଭୁବନେଶ୍ୱର, ଭୁବନେଶ୍ୱର-ଆବୁଧାବି ମାର୍ଗରେ ବିମାନ ଚଳାଚଳ ପାଇଁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ସମ୍ମତି ଜଣାଇଛନ୍ତି। ଏସବୁ ବିମାନ ଚଳିତ ଜାନୁୟାରୀରୁ ଜୁନ୍ ମାସ ମଧ୍ୟରେ ଚଳାଚଳ ଆରମ୍ଭ କରିବ।

03/02/2020

Leave a Reply

Your email address will not be published. Required fields are marked *

Comments