Bikash Khabar
୫ ବର୍ଷରେ ହେବ ୬ ହଜାର ହେକ୍ଟର ଜମିରେ ବୃକ୍ଷ ରୋପଣ

 ବାତ୍ୟା ଫନିମାଡ଼ରେ ପ୍ରଭାବିତ ହୋଇଛି ଜଙ୍ଗଲ। ଭାଙ୍ଗିପଡ଼ିଛି ଲକ୍ଷ ଲକ୍ଷ ଗଛ। ବାଲୁଖଣ୍ଡ ଅଭୟାରଣ୍ୟ ବ୍ୟତୀତ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଗଞ୍ଜାମ, ନୟାଗଡ଼ ପ୍ରଭୃତି ଜିଲ୍ଲାରେ ୨୫ ଲକ୍ଷରୁ ଅଧିକ ଗଛ ଧରାଶାୟୀ  ହୋଇଛି। ହଜି ଯାଇଥିବା ସବୁଜିମା ଫେରାଇଆଣିବାକୁ ବହୁତ ବର୍ଷ ଲାଗିବ। ତଥାପି ପ୍ରୟାସ ଜାରି ରଖିଛି  ଜଙ୍ଗଲ ପରିବେଶ ବିଭାଗ। ବିଭାଗ ପ୍ରସ୍ତୁତ କରିଛି ସ୍ୱଳ୍ପ ଦୀର୍ଘକାଳୀନ ଯୋଜନା। ପୁରୀ ସମେତ ଉପକୂଳବର୍ତୀ ଅଞ୍ଚଳରେ ବର୍ଷ ମଧ୍ୟରେ ହଜାର ହେକ୍ଟର ଜମିରେ ବୃକ୍ଷ ରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୮୦ କୋଟିର ପ୍ରସ୍ତାବ ଦିଆଯାଇଛି। ଏଥିସହ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଚଳିତବର୍ଷ ୫୦ ଲକ୍ଷ ମାଗଣା ଚାରା ବଣ୍ଟନ କରାଯିବ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସନ୍ଦୀପ୍ତ୍ରିପାଠୀ କହିଛନ୍ତି।

ପୁରୀ ଜିଲ୍ଲା ବାଲୁଖଣ୍ତ ଅଞ୍ଚଳରେ ଫନିସ୍ଥଳ ଭାଗ ଛୁଇଁଥିବାରୁ ସେଠାରେ ବ୍ୟାପକ ଗଛ ନଷ୍ଟ ହୋଇଛି। ତଥ୍ୟ ଅନୁଯାୟୀ ବାଲୁଖଣ୍ଡରେ ପ୍ରାୟ ୯୦ ଲକ୍ଷ ଗଛ ରହିଥିଲା। ସେଥିମଧ୍ୟରୁ ମଧ୍ୟରୁ ୫୦ରୁ ୬୦ ପ୍ରତିଶତ ନଷ୍ଟ ହୋଇଛି। ତାହାକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠାରେ ବୃକ୍ଷରୋପଣକୁ ଅଧିକ ଗୁରୁତ୍ବ ଦିଆଯାଉଛି। ମେରାଇନ୍ଡ୍ରାଇଭ୍ରାସ୍ତାର ସମୁଦ୍ରକୂଳ ପାର୍ଶ୍ବକୁ ୨୫୦ ମିଟର ଅପରପାର୍ଶ୍ବରେ ୨୫୦ ମିଟର ଏହିପରି ୫୦୦ ମିଟର ଅଞ୍ଚଳକୁ ବନୀକରଣ କରାଯିବ। ମେରାଇନ୍ଡ୍ରାଇଭ୍ କିମି ରାସ୍ତାପାର୍ଶ୍ବର ୪୫୦ ହେକ୍ଟର ଜମି ଚିହ୍ନଟ କରାଯାଇଛି। ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକ ସଫା ହେବା ପରେ କାଜୁ ଝାଉଁ ପରି ଚାରା ଲାଗିବ। ଆଗାମୀ ବର୍ଷକୁ ଏହି ଅଭୟାରଣ୍ୟର ୨୦୦୦ ହେକ୍ଟର ଜମିରେ ବନୀକରଣ କରିବାକୁ ନିଷ୍ପତ୍ତି ହୋଇଛି। କେବଳ ଅଭୟାରଣ୍ୟରେ ହଜାର ହେକ୍ଟର ଜମିରେ ବନୀକରଣ କରାଯାଇ ଅଭୟାରଣ୍ୟରେ ଥିବା ହଜାର ହରିଣଙ୍କ ବାସସ୍ଥାଳୀ ଫେରାଇ ଆଣିବାକୁ ଯୋଜନା ରହିଛି।

05/06/2019

Leave a Reply

Your email address will not be published. Required fields are marked *

Comments