Bikash Khabar
ରାଜ୍ୟରେ ୫ ବର୍ଷରେ ବଢିଛି ୬୦ ପ୍ରତିଶତ ମାଛ ଉତ୍ପାଦନ

ରାଜ୍ୟରେ ଗତ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଛି। ବିଭାଗ ପକ୍ଷରୁ ଆପଦ୍କାଳୀନ ପାଣ୍ଠି ବାବଦରେ ପ୍ରତି ପ୍ରାଥମିକ ସମବାୟ ସମିତିକୁ ଲକ୍ଷ ଟଙ୍କା ଲେଖାଏ ସରକାରୀ ସହାୟତା ଫିଶ୍ଫେଡ୍ମାଧ୍ୟମରେ ଦିଆଯାଉଛି। ସମ୍ପ୍ରତି ରାଜ୍ୟରେ ୭୩୨ ସକ୍ରିୟ ପ୍ରାଥମିକ ମତ୍ସ୍ୟ ସମବାୟ ସମିତି କାର୍ଯ୍ୟ କରୁଛି। ମାଛ ଉତ୍ପାଦନ ବୃଦ୍ଧି ଦିଗରେ ମତ୍ସ୍ୟ ସମବାୟ ସମିତିକୁ ଅଧିକ କ୍ରିୟାଶୀଳ କରି ରାଜ୍ୟରେ ନୀଳ ବିପ୍ଳବକୁ ସାକାର କରିବାକୁ ହେବ। ଓଡ଼ିଶାରେ ମାଛ ଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ପରିପ୍ରେକ୍ଷୀରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଉତ୍ପାଦନ ବୃଦ୍ଧି ସହିତ ରାଜ୍ୟକୁ କ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ ପଡ଼ିବ ବୋଲି କୃଷି କୃଷକ ସଶକ୍ତୀକରଣ, ମତ୍ସ୍ୟ ପ୍ରାଣୀସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ . ଅରୁଣ କୁମାର ସାହୁ କହିଛନ୍ତି। ସୋମବାର ଓଡ଼ିଶା ରାଜ୍ୟ ମତ୍ସ୍ୟ ସମବାୟ ନିଗମ ଲିଃ (ଫିଶ୍ଫେଡ୍‌) ଫିସ୍କୋ ଫେଡ୍ ମିଳିତ ଆନୁକୂଲ୍ୟରେ ରବୀନ୍ଦ୍ରମଣ୍ଡପରେ ରାଜ୍ୟସ୍ତରୀୟ ନିଖିଳ ଭାରତ ସମବାୟ ସପ୍ତାହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମବାୟ ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ବିକାଶଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ . ସାହୁ ଏହା କହିଛନ୍ତି।

ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, କୃଷି ଆନୁଷଙ୍ଗିକ କୃଷି କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ଆର୍ଥିକ ବିକାଶରେ ସମବାୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁବର୍ଗର ଲୋକଙ୍କୁ ସମବାୟ ସହିତ ଯୋଡ଼ି ସେମାନଙ୍କୁ ସମ୍ମିଳିତ ବିକାଶ ପ୍ରକ୍ରିୟାରେ ସାମିଲ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ଫିଶ୍ଫେଡ୍ସଭାପତି ଟି. ପ୍ରସାଦରାଓ ଦୋରାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମତ୍ସ୍ୟ ପ୍ରାଣୀସମ୍ପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ, ନୂଆଦିଲ୍ଲୀ ଜାତୀୟ ସମବାୟ ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଏନ୍‌. ସତ୍ୟନାରାୟଣ, ଫିଶ୍କୋଫେଡ୍ ପରିଚାଳନା ନିର୍ଦ୍ଦେଶକ ବିମଳ କୁମାର ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଫିଶ୍ଫେଡ୍କନ୍ୟାରତ୍ନ ଯୋଜନାରେ ୩୦ଜଣ ମତ୍ସ୍ୟଜୀବୀ ମତ୍ସ୍ୟଚାଷୀଙ୍କ କନ୍ୟାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ୧୦ ହଜାର ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସମବାୟ ସମିତିକୁ ସମ୍ବର୍ଦ୍ଧିତ କରାଯିବା ସହିତ ସମବାୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଅବସରପ୍ରାପ୍ତ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

19/11/2019

Leave a Reply

Your email address will not be published. Required fields are marked *

Comments