Bikash Khabar
‘ମୋ ସ୍କୁଲ ଅଭିଯାନ ରେ ’ରେ ସାମିଲ ହେଲା ୨୬୫୭ ସ୍କୁଲ ,ଏ ପର୍ଯ୍ୟନ୍ତ ଯୋଡି ହେଲେଣି ୨ ଲକ୍ଷରୁ ଅଧିକ ବିଦ୍ୟାର୍ଥୀ

ମୋ ସ୍କୁଲଅଭିଯାନରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ସ୍କୁଲ ଯୋଡି ହେଉଛି ପୁରାତନ ଛାତ୍ରମାନେ ଏହି ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ବିକାଶ ଦିଗରେ ନିଜ ଯୋଗଦାନ ଦେଉଛନ୍ତି ନିକଟରେ  ୧୯ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକରେ ୨୮ଟି ଜିଲ୍ଲାର ୬୫୭ଟି ବିଦ୍ୟାଳୟର ୧୦.୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହାଦ୍ବାରା ପ୍ରାୟ ୨୦ ହଜାର ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ପୁରାତନ ଛାତ୍ରଛାତ୍ରୀ ଗଜପତିରେ ୫୩.୭୨ଲକ୍ଷ, ସୁନ୍ଦରଗଡ଼ରେ ୪୬.୭୨ ଲକ୍ଷ, କଳାହାଣ୍ଡିରେ ୩୬.୦୭ ଲକ୍ଷ, ବାଲେଶ୍ୱରରେ ୩୫.୯୨ ଲକ୍ଷ କଟକରେ ୨୧.୯୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବୈଠକରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ତଦାରଖ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ମୋ ସ୍କୁଲଅଭିଯାନ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ଗୋଷ୍ଠୀସ୍ତରୀୟ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି। ଏହି ଜିଲ୍ଲାସ୍ତରୀୟ ତଦାରଖ ଟିମ୍ପ୍ରତି କାର୍ଯ୍ୟକାରୀ ପରିଷଦର ବୈଠକ ପୂର୍ବରୁ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ବିଷୟରେ ମୋ ସ୍କୁଲ୍କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ। ପ୍ରତି ଜିଲ୍ଲାସ୍ତରରେ ଗୋଷ୍ଠୀସ୍ତରରେ ଗୋଟିଏ ଗୋଟିଏ ମୋ ସ୍କୁଲସହାୟତା ଦଳ ଗଠନ କରିବା ସହ ଏହାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଗୋଟିଏ ଲେଖାଏ ଭିଡିଓ ବାର୍ତ୍ତା ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏପର୍ଯ୍ୟନ୍ତ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଅନ୍ୟମାନେ ବିଦ୍ୟାଳୟଗୁଡ଼ିକ ସହ ଯୋଡ଼ି ହୋଇସାରିଛନ୍ତି।

05/12/2020

Leave a Reply

Your email address will not be published. Required fields are marked *

Comments