Bikash Khabar
ଆରମ୍ଭ ହେଲା ୭ ଦିନିଆ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମହିମାଗାଦିରେ ୧୪୬ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି । ଗାଦି ମନ୍ଦିରରେ ଝାଡ଼ ଦର୍ଶନ ପାଇଁ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଆସାମ, ଝାଡ଼ଖଣ୍ଡ ସମେତ ପଡ଼ୋଶୀ ନେପାଳ, ଭୁଟାନ ଓ ତିଦ୍ଦତ ଆଦି ଦେଶରୁ ମହିମା ସାଧୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଛି । ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଝାଡ଼ ଦର୍ଶନ କରିଥିବାବେଳେ ଅଲେଖ ମହିମା ଅଲେଖ ନିରଞ୍ଜନ ଧୂନୀରେ ଯୋରନ୍ଦା ପୀଠ ପ୍ରକମ୍ପିତ ହୋଇଉଠିଛି ।

ନୀତି କୂଅରୁ ରୂପା ଗରାରେ ପାଣି ଆଣି ଗାଦି ମନ୍ଦିରର ଗୋଧନ କରାଯାଇଥିଲା । ମନ୍ଦର ଧର ବାବା ଛେରା ପହଁରା  କରିଥିଲେ । ବ୍ରଜମୋହନ ବାବା ସୁନା ଗିନାରେ ଚନ୍ଦନ ଅଗୁର ଜଳ ସିଂଚନ କରିଥିଲେ । ସୁନା ଓ ରୂପା ଚାମରରେ ୨୧ ଥର ଚାମର ସେବା ହୋଇଥିଲା । ସାଧୁ ସନ୍ଥମାନେ ବେଢା ପରିକ୍ରମା କରିଥିଲେ । ୨୧ ଜଣ ସାଧୁଙ୍କୁ ବକ୍ୱଳ ବାନା ପ୍ରଦାନ କରାଯାଇଥିଲା ।

19/02/2019

Leave a Reply

Your email address will not be published. Required fields are marked *

Comments