Bikash Khabar
ମାଲକାନଗିରି ବନ୍ୟା ପୀଡ଼ିତଙ୍କୁ ମିଳିବ ୭ ଦିନ ରିଲିଫ

ଝଡ଼ବାତ୍ୟା ‘ଡ଼ାଏ’ ସ୍ଥଳ ଭାଗ ଛୁଇଁବା ପରେ ଦୁର୍ବଳ ହେଉଛି । କିନ୍ତୁ ଏହାର ପ୍ରଭାବରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଜାରୀ ରହିଛି ପ୍ରବଳ ବର୍ଷା । ମାଲକାନଗିରିରେ ରେକର୍ଡ଼ ବର୍ଷା କରାଇଛି ‘ଡ଼ାଏ’ । ଗତ ୨୪ ଘଣ୍ଟା ମଧ୍ୟରେ କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ୪୦୩ ମିିମି ବର୍ଷା ହୋଇଛି । ମାଲକାନଗିରିରେ ୨୬୫.୪, ଗୁମ୍ମା ୧୩୫.୪ ଓ ମାଥିଲିରେ ୧୦୩ ମିମି ବର୍ଷା ରେକର୍ଡ଼ ହୋଇଛି । ଲଗାଣ ବର୍ଷାରେ ବେହାଲ ହୋଇଛି ମାଲକାନଗିରି । ୮ଟି ନଦୀ ଉଛୁଳିଛି । ଜିଲ୍ଲା ସଦର ମହକୁମାକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ମାଲକାନଗିରିରୁ ଛତିଶଗଡ଼କୁ ଯୋଗାଯୋଗ ବ୍ୟାହତ ହୋଇଛି । ବାଲିମେଳା ଜଳଭଣ୍ଡାର ଜଳପତ୍ତନ ବୃଦ୍ଧି ପାଇବାରୁ ଗେଟ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଜାନବାଇ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପାଣି ପଶିବାରୁ ରୋଗୀମାନଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି ।
ବର୍ଷା ଓ ବନ୍ୟା ପ୍ରଭାବିତ ମାଲକାନଗିରି ଅଂଚଳ ପାଇଁ ୭ ଦିନ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୟସ୍କମାନଙ୍କୁ ଦିନକୁ ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ୭ଦିନ ରିଲିଫ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୃହପାଳିତ ପଶୁମାନଙ୍କୁ ମଧ୍ୟ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ନିଷ୍ପତ୍ତି ହୋଇଛି । 
 

21/09/2018

Leave a Reply

Your email address will not be published. Required fields are marked *

Comments