Bikash Khabar
ଭୁବନେଶ୍ୱର ସମେତ ୭ ସହର ଅତି ପ୍ରଦୂଷିତ

ଅତି ପ୍ରଦୂଷିତ ସହର ତାଲିକାରେ ସାମିଲ ହୋଇଛି ରାଜ୍ୟର ୭ଟି ସହର ଭୁବନେଶ୍ୱର, ଅନୁଗୋଳ, ବାଲେଶ୍ୱର, କଟକ, ତାଳଚେର, ରାଉରକେଲା କଳିଙ୍ଗନଗର। ପ୍ରଦୂଷଣ ଯୋଗୁ ଅନେକ ନଦୀ ଏବଂ ରାଜଧାନୀ ଭୁବନେଶ୍ୱରର ଗଙ୍ଗୁଆ ନାଳ ଜହର ପାଲଟିଛି। ଏନେଇ ବିଧାନସଭା ଗୃହ କମିଟି ଗଭୀର ଉଦ୍ବେଗ ପ୍ରକାଶ କରିଛି। ମଙ୍ଗଳବାର ବିଧାନସଭାର ପ୍ରକୋଷ୍ଠ ନଂ-୫୪ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବେଶ ପ୍ରଦୂଷଣ ସମ୍ପର୍କିତ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବାୟୁମଣ୍ଡଳରେ ବଢୁଥିବା ଅଙ୍ଗାରକାମ୍ଳ, କଳକାରଖାନାରୁ ନିର୍ଗତ ବିଷାକ୍ତ ବାଷ୍ପ, ବର୍ଜ୍ୟ ଜଳ, ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁ ପ୍ରଦୂଷଣ ବଢୁଥିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା। ଗତ ତାରିଖରେ ଧରିତ୍ରୀରେ ପ୍ରକାଶିତ ଧୂଆଁ, ଧୂଳିରେ ଉପକୂଳଶୀର୍ଷକ ଖବରକୁ କମିଟିର ସଦସ୍ୟ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ମୋହନ ଚରଣ ମାଝି ବୈଠକରେ ଉଠାଇଥିଲେ। ରାଜ୍ୟର ବିଭିନ୍ନ ଶିଳ୍ପ କାରଖାନା ଦ୍ୱାରା ନଦୀ, କେନାଲ, ଜଳ ଉତ୍ସ ଚାଷ ଜମି ପ୍ରଦୂଷିତ ହେବା, ବିଭିନ୍ନ ସ୍ପଞ୍ଜ ଆଇରନ୍ କାରଖାନାର ଅଙ୍ଗାରକାମ୍ଳ ବାଷ୍ପକୁ ରୋକିବା ଏବଂ ସ୍ବାୟତ୍ତ ଶାସନ ସଂସ୍ଥା ଗ୍ରାମଗୁଡ଼ିକର ସଫେଇ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ପ୍ରଦୂଷଣ ହ୍ରାସ ପାଇଁ ସବୁସ୍ତରରେ ଉଦ୍ୟମ କରିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା।

ବୈଠକରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପଞ୍ଚାୟତିରାଜ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଗୃହ କମିଟିର କୋ-ଅପ୍ଟେଡ୍ସଦସ୍ୟ ଅରୂପ ପଟ୍ଟନାୟକ ଏବଂ ସ୍ବୟଂ ପ୍ରକାଶ ରାଉତ, ଜଙ୍ଗଲ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ସ୍ବତନ୍ତ୍ର ଶାସନ ସଚିବ ଦେବୀଦତ୍ତ ବିଶ୍ୱାଳ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

06/11/2019

Leave a Reply

Your email address will not be published. Required fields are marked *

Comments