Bikash Khabar
ଚାଲାଣ ପୂର୍ବରୁ ଉଦ୍ଧାର ହେଲେ ୭୪ ଦାଦନ ଶ୍ରମିକ

କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଦାଦନ ଶ୍ରମିକ ଉଦ୍ଧାର ରାଜ୍ୟ ବାହାରକୁ ଚାଲାଣ ହେଉଥିବାବେଳେ ଶ୍ରମିକଙ୍କୁ ଉଦ୍ଧାର କରିଛି କଣ୍ଟାବାଞ୍ଜି ଜିଆରପି ପୋଲିସ ଶ୍ରମିକଙ୍କ ମଧ୍ୟରେ ୪୨ ଜଣ ପୁରୁଷ ଥିବାବେଳେ ୩୨ ଜଣ ମହିଳା ଶିଶୁ ଅଛନ୍ତି ସମସ୍ତ ଶ୍ରମିକ ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାର ମୁଣ୍ଡପିଛା ୩୦ ହଜାର ଲେଖାଏ ନେଇ ବିଶାଖାପଟଣାକୁ ଟ୍ରେନ ଯୋଗେ ଯାଉଥିଲେ ଉଦ୍ଧାର ଶ୍ରମିକଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି କଣ୍ଟାବାଞ୍ଜି ତହସିଲଦାର। ମାଳ ମାଳ ଯୋଜନା ବ୍ୟାପକ କାର୍ଯ୍ୟକ୍ରମ ସତ୍ୱେ ପଶ୍ଚିମ ଓଡ଼ିଶାରେ କମୁନି ଦାରିଦ୍ର୍ର ଯନ୍ତ୍ରଣା କୋଟି କୋଟି ଟଙ୍କାବ୍ୟୟ ସତ୍ୱେ କେବିକେ ରୁ ହଟିନି ଦାଦନର ଅପଖ୍ୟାତି। ରାଜ୍ୟ ବାହାର ଦଲାଲ ମାନେ ବର୍ଷ ସାରା ଏଠାରେ ସକ୍ରିୟ ରହି ଶ୍ରମ ଚାଲାଣରୁ ବ୍ୟାପକ ମୁନାଫା ମାରୁଥିବା ବେଳେ ଅନେକ ମେହନତୀ ମଣିଷ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛନ୍ତି ଅନେକ ଠିକାଦାର ନ୍କ ନିକଟରେ ବୈଧ ଲାଇସେନ୍ସ ରହୁନଥିବା ବେଳେ ଅନେକ ଶ୍ରମିକ ଏବେ ବି ଶ୍ରମ ଅଧିକାରୀଙ୍କ ଅଗୋଚର ରେ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳିଛି

03/12/2020

Leave a Reply

Your email address will not be published. Required fields are marked *

Comments