Bikash Khabar
ଅଢେଇ ମାସ ଭିତରେ ଉଦ୍ଧାର କଲେ ୭୬ ଅପହୃତ ଶିଶୁ ; ମହିଳା ହେଡ଼ କନେଷ୍ଟବଳଙ୍କ ସାହସ କୁ ସାବାସୀ;ମିଳିଲା ପ୍ରମୋସନ

ଦିଲ୍ଲୀର ସମୟପୁର ବାଦଲି ପୋଲିସ ଥାନାରେ ମୁତୟନ ଜଣେ ମହିଳା ହେଡ୍ କନଷ୍ଟେବଳଙ୍କୁ ମିଳିଛି ଆଉଟ୍ ଅଫ୍ ଟର୍ନ ପ୍ରମୋଶନ୍। ହେଡ୍ କନଷ୍ଟେବଳ ଜଣଙ୍କର ନିଜର କାର୍ଯ୍ୟପ୍ରତି ନିଷ୍ଠା ବିଶ୍ବସ୍ଥତା ଦେଖି ଉଚ୍ଚାଧିକାରୀମାନେ ତାଙ୍କୁ ଆଉଟ୍-ଅଫ୍-ଟର୍ନ ପ୍ରମୋଶନ୍ ଦେବାର ନିଷ୍ପତ୍ତି ନେଇଛନ୍ତି। ମହିଳା ହେଡ୍ କନଷ୍ଟେବଳ ଜଣଙ୍କ ହେଉଛନ୍ତି  ସୀମା ଢାକା ଯିଏକି କଠିନ ଚ୍ୟାଲେଞ୍ଜ ସାମ୍ନା କରି  ୭୬ ଜଣ ନିଖୋଜ ପିଲାଙ୍କୁ ଅଢେଇ ମାସ ଭିତରେ ଖୋଜି ବାହାର କରିଛନ୍ତି ଉଦ୍ଧାର ହୋଇଥିବା ଏହି ପିଲାମାନଙ୍କ ମଧ୍ୟରୁ ୫୬ ଜଣଙ୍କର ବୟସ ୧୪ ବର୍ଷରୁ ବି କମ୍ ସୀମା ଆଉଟ୍ ଅଫ୍ ଟର୍ନ ପ୍ରମୋଶନ୍ ପାଇଥିବା ଦିଲ୍ଲୀ ପୋଲିସର ପ୍ରଥମ କର୍ମଚାରୀ।

19/11/2020

Leave a Reply

Your email address will not be published. Required fields are marked *

Comments