Bikash Khabar
ସ୍ୱଚ୍ଛ ଭାରତ : ୩୫ ଦିନରେ ଏହି କୃଷକ ତିଆରି କରିଛନ୍ତି ୭୮୦ ଶୌଚାଳୟ

ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ୪୫ ବର୍ଷିୟ ମଣିଲାଲ ରାଣା ନିଜ ଟିମ୍ ସହିତ ମିଶି ୩୫ ଦିନ ମଧ୍ୟରେ ତିଆରି କରିପାରିଛନ୍ତି ୭୮୦ଟି ଶୌଚାଳୟ ।
ମଣିଲାଲ ରାଜସ୍ଥାନର ଏକମାତ୍ର ସ୍ୱେଚ୍ଛାସେବୀ ଯାହାଙ୍କୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବର୍ଦ୍ଧିତ କରିଛନ୍ତି । ମଣିଲାଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରୁ ୫୧ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି । ମଣିଲାଲଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ରାଜସ୍ଥାନର ବାଂଶବାଡ଼ା ଜିଲ୍ଲାର ବାସିନ୍ଦା ମଣିଲାଲ ସ୍ୱଚ୍ଛଭାରତ ମିଶନରୁ ପ୍ରେରଣା ପାଇ ନିଜ ଗ୍ରାମରେ ଶୌଚାଳୟ ନିର୍ମାଣ ପାଇଁ ଲୋକଙ୍କୁ ପ୍ରବର୍ତ୍ତନା ଦେଇଥିଲେ । ପ୍ରଭାତ ଫେରି ପଥପ୍ରାନ୍ତ ନାଟକ ଓ କ୍ଷୁଦ୍ର ଦଳରେ ଆଲୋଚନା କରି ସେ ଶୌଚାଳୟର ଗୁରୁତ୍ୱ ଦର୍ଶାଇ ଥିଲେ । ମଣିଲାଲ ଅହମ୍ମଦାବାଦ ଏବଂ ମୁମ୍ବାଇ ସହରରେ ଶୌଚାଳୟକୁ ଲୋକେ କିଭଳି ଗୁରୁତ୍ୱ ଦେଉଛନ୍ତି ଦେଖି ଆସିବା ପରେ ସଚେତନତା ଅଭିଯାନ ସହ ଯୋଡ଼ି ହୋଇଥିଲେ । ଘର ଘର ବୁଲି ସେ କେବଳ ବୁଝାଇଲେ ନାହିଁ । ଗାଁର ଛୋଟପିଲାଙ୍କ ଜରିଆରେ ସେ ଶୌଚାଳୟ ନିର୍ମାଣ ପାଇଁ ସାମାଜିକ ଚାପ ତିଆରି କରିବାରେ ସଫଳ ହୋଇଥିଲେ । ମଣିଲାଲ ଏବେ ଆଖ ପାଖ ଅଂଚଳବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । 
 

26/09/2018

Leave a Reply

Your email address will not be published. Required fields are marked *

Comments