Bikash Khabar
ଦିନକୁ ଦୁଷ୍କର୍ମ ର ଶିକାର ହେଉଛନ୍ତି ୮ ମହିଳା

 ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଦୋହଲିଗଲାଣି। ଏମିତି ଯେ ୨୦୧୮ ତୁଳନାରେ ଧର୍ତବ୍ୟ ଅପରାଧ ସଂଖ୍ୟା କେବଳ ୧୩.% ବଢ଼ିଛି ତା ନୁହେଁ, .% ଡକାୟତି ବଢ଼ିଛି, ୧୮.% ଚୋରି, ୧୭.% ଦୁଷ୍କର୍ମ ମଧ୍ୟ ବୃଦ୍ଧି ପାଇଛି। ସେପଟେ ପୁଲିସ ବିଭାଗରେ ୧୦ ହଜାର ପଦବି ଖାଲି। ଆଜି ବିଧାନସଭାରେ ବିଭିନ୍ନ ବିଧାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଏଭଳି ସାଂଘାତିକ ସତକୁ ସାମ୍ନାକୁ ଆଣିଛନ୍ତି, ଯାହା ଆଖି ଝଲସାଇବା ଭଳି। କେବଳ ଆଶ୍ବାସନାର କଥା ହେଉଛି, ହତ୍ୟା ମାମଲା ସାମାନ୍ୟ (.%) କମିଛି।ସରକାରଙ୍କ ତଥ୍ୟ ବୟାନ କରୁଛି, ମହିଳାମାନେ ରାଜ୍ୟରେ ଧୀରେ ଧୀରେ ଅସୁରକ୍ଷିତ ହୋଇ ପଡୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନାରୀ ସୁରକ୍ଷା ନାରାକୁ ପୁଲିସ ଯେମିତି ପ୍ରହସନରେ ପରିଣତ କରିଦେଲାଣି। କାରଣ ୨୦୧୮ ମସିହାରେ ରାଜ୍ୟରେ ୨୫୦୨ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା, ଯାହା ୨୦୧୯ରେ ବଢ଼ି ୨୯୫୦କୁ ଛୁଇଁଛି। ଅର୍ଥାତ୍ ଦିନକୁ ୮ଜଣ ମହିଳା ବା ଯୁବତୀ ଦୁଷ୍କର୍ମର ଶିକାର ହେଉଛନ୍ତି। େଯଉଁ କିଛି ଜିଲ୍ଲା କ୍ଷେତ୍ରରେ ସମ୍ବେଦନଶୀଳ ସ୍ଥାନରେ ଅଛି, ତା ମଧ୍ୟରେ ଭୁବନେଶ୍ବର କମିସନରେଟ୍ ପୁଲିସ, ଯାଜପୁର, ପୁରୀ, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଅନ୍ତର୍ଭୁକ୍ତ। ଏସବୁ ଜିଲ୍ଲାରେ ଦୁଷ୍କର୍ମ ମାମଲା ସଂଖ୍ୟା ଶହେରୁ ଅଧିକ। ୨୦୧୮ ତୁଳନାରେ ବ୍ରହ୍ମପୁରରେ ସବୁଠାରୁ ଅଧିକ ପ୍ରତିଶତ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଗୃହ ବିଭାଗର ତଥ୍ୟ କହୁଛି। ମହିଳାଙ୍କ ସହିତ ଜୋର ଜବରଦସ୍ତ ଘଟଣା ମଧ୍ୟ ୧୬.% ବଢ଼ିଛି। ୨୦୧୮ରେ ରାଜ୍ୟରେ ଏଭଳି ମାମଲା ସଂଖ୍ୟା ୫୮୭୫ ଥିଲା, ଯାହା ୨୦୧୯ରେ ବଢ଼ି ୬୮୪୮କୁ ଛୁଇଁଛି। ପରିସଂଖ୍ୟାନ ସୂଚାଉଛି ଯେ ପୁରୀ, ବାଲେଶ୍ବର, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି କେନ୍ଦୁଝର ଜିଲ୍ଲାରେ ଏଭଳି ମାମଲା ସଂଖ୍ୟା ପାଖାପାଖି ୪୦୦ ବା ଅଧିକ ଯୌନ ନିର୍ଯାତନା ମାମଲା ସ୍ଥିତି ବି ଉଦ୍ବେଗଜନକ। ରାଜ୍ୟରେ ଏଭଳି ୧୩୦୫ ମାମଲା ରୁଜୁ ହୋଇଛି, ଯାହା ଗତବର୍ଷ (୧୨୪୧) ଠାରୁ .% ଅଧିକ। କ୍ଷେତ୍ରରେ ମଧ୍ୟ ଦିନକୁ ପାଖାପାଖି ୪ଜଣ ମହିଳାଙ୍କ ଭାଗ୍ୟ ବିପଦକୁ ଠେଲି େହାଇଯାଉଛି। ଗଞ୍ଜାମ ଜିଲ୍ଲା ରେକର୍ଡ କରିଛି। ଜଗତସିଂହପୁର, ଯାଜପୁର, େକନ୍ଦ୍ରାପଡା, ପୁରୀ, ଭଦ୍ରକ, ମୟୂରଭଂଜ, ଢେଙ୍କାନାଳ, ବ୍ରହ୍ମପୁର େକ୍ଷତ୍ରରେ ସମ୍ବେଦନଶୀଳ ଜିଲ୍ଲା ବୋଲି କୁହାଯାଇପାରେ।

25/02/2020

Leave a Reply

Your email address will not be published. Required fields are marked *

Comments