Bikash Khabar
ରାଉରକେଲାରେ ବର୍ଷକୁ ବିକ୍ରି ହେଉଛି ୮୦ କୋଟି ଟଙ୍କାର ବିଦେଶୀ ମଦ

ରାଉରକେଲାରେ ବର୍ଷକୁ ପ୍ରାୟ ୮୦ କୋଟି ଟଙ୍କାର ବିଦେଶୀ ମଦ ବିକ୍ରି ହେଉଛି। ଗତ ବର୍ଷରେ ରାଉରକେଲା ଅବକାରୀ ବିଭାଗ ରାଜ୍ୟ ରାଜକୋଷକୁ ପ୍ରାୟ ୪୦୦ କୋଟି ଟଙ୍କାର ରାଜସ୍ୱ ଦେଇଥିବା ସୂଚନା ମିଳିଛି। ସହରରେ ଏବେ ୧୯ଟି ଠିପି ବନ୍ଦ  ୧୪ଟି ଠିପି ଖୋଲା  ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଥିବା ଜଣାଯାଇଛି ୨୦୧୮-୧୯ ଆର୍ଥିକ ବର୍ଷରେ ଠିପି ବନ୍ଦ ମଦ ଦୋକାନ ସଂଖ୍ୟା ପୁଣି ୨୧କୁ ବୃଦ୍ଧି ପାଇଥିଲା ବେଳେ ଠିପି ଖୋଲା ମଦ ଦୋକାନ ସଂଖ୍ୟା ସେହି ୧୪ରେ ସୀମିତ ରହିଥିଲା। ଆଲୋଚିତ ବର୍ଷରେ ସହରରେ ପ୍ରାୟ ୧୮ ଲକ୍ଷ ୧୫ ହଜାର ୧୨୭  ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୧୮ ଲକ୍ଷ ୮୩ ହଜାର ୩୮୦ ଲିଟର ବିୟର ବିକ୍ରି  ହୋଇଛି ରାଜ୍ୟ ସରକାର ରାଉରକେଲାରୁ ଅବକାରୀ ଶୁଳ୍କ ବାବଦରେ ୭୮ କୋଟି ୯୨ ଲକ୍ଷ ୧୩ ହଜାର ୪୬୩ ଟଙ୍କା ଏବଂ ଲାଇସେନ୍ସ ଫି ବାବଦରେ କୋଟି ୯୭ ଲକ୍ଷ ୧୪ ହଜାର ୫୨୦ ଟଙ୍କା ପାଇଛନ୍ତି। ବିଗତ ବର୍ଷରେ ସହରର ମଦ୍ୟପ ମାନେ  କେବଳ ବିଦେଶୀ ମଦରେ ୫୦୦ କୋଟି ଟଙ୍କା ଏମିତି  ଉଡ଼ାଇ ଦେଇଛନ୍ତି ୫୦୦ କୋଟିର ମଦ ନିଶାରେ କେତେକଟି ଟଙ୍କାର ସାଧାରଣ ଜନତା ଙ୍କର କ୍ଷତି ଘଟିଲା ତାର ହିସାବ କରିବାକୁ କେହିନାହିଁ  ମଦ୍ୟପ ଚାଳକଙ୍କ ହାତରେ କେତେ ଜୀବନ ଗଲା,ନିଶାଶକ୍ତ ସ୍ୱାମୀର ମାଡ଼ରେ କେତେ ପରିବାର ଯାତନା ସହିଲା ଏହା ସରକାରଙ୍କୁ ଫରକ ପଡେ ନାହିଁ  

19/07/2019

Leave a Reply

Your email address will not be published. Required fields are marked *

Comments