Bikash Khabar
୮୦ ବର୍ଷରେ ମଧ୍ୟ ପଢୁଛନ୍ତି ପାଠ, ଜଣେ ପୂର୍ବତନ ସାଂସଦ ଓ ବିଧାୟକଙ୍କ ନିଆରା ନିଶା

ବୟସର ଅପରାହ୍ନରେ ପହଂଚି ସାରିଛନ୍ତି । ଯେଉଁ ବୟସରେ ଅବସରର ମୁହୂର୍ତ୍ତକୁ ଉପଭୋଗ କରାଯାଏ ସେହି ବୟସରେ ବିଦ୍ୟାର୍ଥିର ସାଧନା ଓ ସଂଘର୍ଷ ତାଙ୍କୁ ନୁଆ ଉନ୍ମାଦନା ଓ ନୂତନ ଉତ୍ସାହ ଦେଇଛି । ୮୦ ବର୍ଷ ବୟସରେ ପହଂଚି ସୁଦ୍ଧା ସେ ପାଠ ପଢିବାର ନିଶାରେ ଘର ଛାଡ଼ି ଛାତ୍ରାବାସର ଶୃଙ୍ଖଳିତ ଜୀବନ ଜୀଉଁଛନ୍ତି । ଏହି ୮୦ ବର୍ଷର ଛାତ୍ର ଜଣକ ହେଉଛନ୍ତି ନାରାୟଣ ସାହୁ । ଶ୍ରୀ ସାହୁ ଦୁଇ ଦୁଇ ଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସର ୨୪ ନମ୍ବର ରୁମରେ ରହି ସେ ନିଜର ପିଏଚଡ଼ି ପାଇଁ ପ୍ରସ୍ତୁତ ହେଉଛନ୍ତି ।

ସାହୁ ୨୦୧୧ରେ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ୭୩ ବର୍ଷ ବୟସରେ ଶେଷ କରିଛନ୍ତି । ୨୦୧୨-୧୩ରେ ଏମଫିଲ କରିବା ପରେ ୨୦୧୬ ଫେବୃଆରୀ-୩ରେ ସେ ପିଏଚଡ଼ି ପାଇଁ ପଞ୍ଜିକୃତ କରାଇଛନ୍ତି । ଜଗନ୍ନାଥ ଦାସଙ୍କ ଶ୍ରୀମଦ ଭାଗବତରେ ଦର୍ଶନକୁ ନେଇ ସେ ସଂନ୍ଦର୍ଭ ପ୍ରସ୍ତୁତ କରୁଥିବା ଜଣାଯାଇଛି । ତାଙ୍କ ଝିଅ ଓଡ଼ିଶାର ଜଣାଶୁଣା କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପତ୍ନୀ ।
 

04/11/2018

Leave a Reply

Your email address will not be published. Required fields are marked *

Comments