Bikash Khabar
ନଭେମ୍ବର ସୁଦ୍ଧା ୩ ଲକ୍ଷ ଆକାଉଣ୍ଟ, ୮୨୧୫ ଡ଼ାକଘରେ ମିଳିବ ବ୍ୟାଙ୍କ ସେବା

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସଫଳତାର ଯାତ୍ରା ଆରମ୍ଭ କରିଛି । ସେପ୍ଟେମ୍ବର ୧ ତାରିଖରେ ଡ଼ାକଘର ପେମେଣ୍ଟ ବ୍ୟାଙ୍କ ଭାବେ ନୁଆ ପରିଚିତି ପାଇବା ପରେ ଅଦ୍ୟାବଧି ଦେଢ ମାସରୁ କମ୍ ସମୟ ମଧ୍ୟରେ ବ୍ୟାଙ୍କରେ ୨୪ ହଜାର ଆକାଉଣ୍ଟ ଖୋଲାଯାଇ ପାରିଛି । ନଭେମ୍ବର ସୁଦ୍ଧା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ଗ୍ରାହକଙ୍କ ସଂଖ୍ୟା ୩ ଲକ୍ଷରେ ପହଂଚିବ ଏବଂ ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ୮୨୧୫ ଡ଼ାକଘର ଉପଡ଼ାକଘର ଏବଂ ଗ୍ରାମୀଣ ଡ଼ାକଘରେ ବ୍ୟାଙ୍କ ସେବା ଉପଲବ୍ଧ ହେବ ବୋଲି ମହା ଡ଼ାକପାଳ ଡ଼ଃ ସନ୍ତୋଷ କୁମାର କାମିଲା କହିଛନ୍ତି ।
ଏଠାରେ ଲୋକଙ୍କୁ ଜମାଖାତା, ଟଙ୍କା, ଟ୍ରାନ୍ସଫର ବିଲ୍ ଏବଂ ଅନ୍ୟ ଦେୟ ପୈଠ, ଆର୍ଥିକ ଅନୁଦାନ, ଛୋଟ ନିବେଶ ସମେତ ବୀମା ସୁବିଧା ମିଳୁଥିବାରୁ ଲୋକଙ୍କ ଆସ୍ଥା ଡ଼ାକଘର ଉପରେ ରହିଛି । ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡ଼ାକ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଡ଼ିଜିଟାଲ ପ୍ରକ୍ରିୟାକୁ ଆପଣେଇଛି । ଘର ପାଖରେ ଥିବା ଛୋଟ ଡ଼ାକଘର କାରଣରୁ ଲୋକେ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡ଼ିବ ନାହିଁ । ଛୋଟ ଡ଼ାକଘର ସେମାନଙ୍କର ବ୍ୟାଙ୍କ ଆବଶ୍ୟକତା ପୂରଣ କରିବ । 
 

13/10/2018

Leave a Reply

Your email address will not be published. Required fields are marked *

Comments