Bikash Khabar
ରାଜ୍ୟରେ ସ୍ଥାପନ ହେବ କ୍ଷୁଦ୍ର ଜଳ ବିଦ୍ୟୁତ କେନ୍ଦ୍ର, ୮୭ ଟି ସ୍ଥାନ ଚିହ୍ନଟ

ଶକ୍ତି ବିଭାଗ ପକ୍ଷରୁ ରାଜ୍ୟରେ ୮୭ ଟି ସ୍ଥାନରେ କ୍ଷୁଦ୍ର ଜଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବା ପାଇଁ ସର୍ଭେ କରାଯାଇଛି। ଏହି ସବୁ ସ୍ଥାନରେ କ୍ଷୁଦ୍ର ଜଳ ବିଦୁତ କେନ୍ଦ୍ର ସ୍ଥାପନ ହେଲେ ୩୪୦  ମେଗାୱାଟ ଶକ୍ତି ଉତ୍ପାଦନ ହେବ। ଏନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର।ଓଡ଼ିଶାରେ ବିଶେଷ କରି ଖରାଦିନେ ଉତ୍କଟ ଶକ୍ତି ସଙ୍କଟ ଦେଖିବାକୁ ମିଳେ। ରାଜ୍ୟରେ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସହିତ ଅକ୍ଷୟ ଶକ୍ତିର ବିକାଶ କୁ ସମାନ ଗୁରୁତ୍ୱ ଦିଆଯାଉଛି। ଆଗାମୀ ଦିନରେ ସର୍ଭେ ହୋଇଥିବା ଅଞ୍ଚଳ ଗୁଡିକରେ ଖଂଡର ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଏହା ଦ୍ୱାରା ପରିଵେଶୀୟ ସମସ୍ୟା ଦୂର ହେବ ସହିତ କମଅର୍ଥ ବ୍ୟୟ ହେବ।ଅକ୍ଷୟ ଶକ୍ତି ଜରିଆରେ ଖୁଦ୍ରଜାଲ ବିଦ୍ୟୁତ ପ୍ରକଳ୍ପ ରାଜ୍ୟର ଶକ୍ତି ସଙ୍କଟ ଦୂର କରିପାରିବ ବୋଲି ମତ ପ୍ରକାଶ ପାଇଛି

 

19/07/2019

Leave a Reply

Your email address will not be published. Required fields are marked *

Comments