Bikash Khabar
ଅଲିଭ ରିଡ଼ଲେ ଙ୍କ ପାଇଁ ମାଛଧରା କଟକଣା ପ୍ରସଙ୍ଗ,୮ହଜାର ମତ୍ସଜିବୀ ପରିବାର ଙ୍କୁ ଯୋଗାଇ ଦିଆଯିବ ଅନୁକମ୍ପା ସହାୟତା

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନଭେମ୍ବର ୨୦୧୯ ରୁ ମେ ୩୧ ୨୦୨୦ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ କଟକଣା ଜାରି କରାଯାଇଛି।ଏହି ସମୟରେ ବିରଳ ଅଲିଭ ରିଡ଼ଲେ ପ୍ରଜାତିର କଇଁଛ ଗଣଅଣ୍ଡାଦାନ ପାଇଁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମାଛ ଧରା ଉପରେ କଟକଣା ଲାଗୁ କରାଯାଇଥାଏ। ମତ୍ସଜିବୀ  ଙ୍କ ଜାଲ ଡ଼ଙ୍ଗା ମାଡ଼ରେ କାଳେ କଇଁଛ ଙ୍କ ମୃତ୍ୟୁ ଘଟିବ ସେଥିପାଇଁ ଏଭଳି କଟକଣା ଜାରି କରାଯାଇଛି ତେବେ ମାଛଧରି ପରିବାର ପ୍ରତିପୋଷଣ କରୁଥିବା ଗରିବ ମତ୍ସଜିବୀ ପରିବାର ଗୁଡିକୁ ଏହି କଟକଣା ଲାଗୁ କରାଯାଇଥିବା ମାସ ଗୁଡିକରେ ମାସକୁ ୭୫୦୦ ଟଙ୍କାର ଆର୍ଥିକ ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି ରାଜ୍ୟର ୮ହଜାର ପରିବାର ଏହି ସହାୟତା ପାଇବେ ସେହିଭଳି ୩୦ ଏଚପି କ୍ଷମତା ବିଶିଷ୍ଠ ଟ୍ରଲର ଗୁଡିକୁ ବେଳାଭୂମିର ୨୦ କିମି ଦୂରବର୍ତ୍ତୀ ଅଞ୍ଚଳ ଭିତରେ ଚଳାଚଳ କରିବାକୁ କୁହାଯାଇଛି ସୂଚନାଯୋଗ୍ୟ ଯେ ରାଜ୍ୟର ଧାମରା,ଦେବୀ ଋଷିକୂଲ୍ୟା ମୁହଁ ଅଞ୍ଚଳକୁ ଲକ୍ଷ ଲକ୍ଷ ଅଲିଭ ରିଡ଼ଲେ ଅଣ୍ଡାଦାନ ପାଇଁ ଆସିଥାନ୍ତି।   

16/11/2019

Leave a Reply

Your email address will not be published. Required fields are marked *

Comments