Bikash Khabar
ନିମାପଡ଼ାର ଗୌରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ପିଏମ କୃଷକ ସମ୍ମାନ ନିଧିରେ ଉପକୃତ ହେବେ ରାଜ୍ୟର ୯ ଲକ୍ଷ ଚାଷୀ

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶର ୨କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜମା ଖାତାରେ ୨ ହଜାର ଟଙ୍କା ଲେଖାଏ ଜମା କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ-ନିମାପଡ଼ାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମୁଖ୍ୟ ଗୌରୀପ୍ରିୟା ମହାପାତ୍ରଙ୍କ ସହ କଥା ହୋଇଛନ୍ତି ।

ଓଡ଼ିଶା ସରକାର ମନ୍ଥର ଭାବେ କେନ୍ଦ୍ରସରକାରଙ୍କ ଏହି ଯୋଜନାକୁ ଲାଗୁ କରାଉଥିବା ନେଇ କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଅଭିଯୋଗ କରିଛନ୍ତି । ୭୫ ହଜାର କୋଟି ବଜେଟ ପ୍ରାବଧାନ ଥାଇ କେନ୍ଦ୍ରସରକାରଙ୍କ ଏହି ଯୋଜନାରେ ଓଡ଼ିଶା ସରକାର ମାତ୍ର ୧୦ ଲକ୍ଷ ହିତାଧିକାରୀ ଚାଷୀଙ୍କ ତାଲିକା ଦେଇଛନ୍ତି । ସେଥିରୁ ୫୮ ହଜାର ଚାଷୀଙ୍କ କିଷାନ କ୍ରେଡ଼ିଟ୍ କାର୍ଡ଼ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ନମ୍ବରେ ତାଳ ମେଳ ରହୁନି । ରାଜ୍ୟ ସରକାର ଯଦି ଅଧିକ ସଂଖ୍ୟକ ଯୋଗ୍ୟ କୃଷକଙ୍କ ତାଲିକା ଦେଇପାରିବେ ତେବେ ସେମାନଙ୍କୁ ମଧ୍ୟ ଏହି ଯୋଜନାରୁ ଲାଭ ଦିଆଯାଇପାରିବ ବୋଲି ମନ୍ତ୍ରୀ ଶେଖାୱତ ସୂଚନା ଦେଇଛନ୍ତି । ରାଜ୍ୟରେ ୫୦ ଲକ୍ଷ କୃଷକ କାଳିଆ ଯୋଜନାରେ  ଚିହ୍ନଟ ହୋଇଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି କିନ୍ତୁ ଏହାର ତାଲିକା ପ୍ରମାଣ ସହିତ କେନ୍ଦ୍ରକୁ କାହିଁକି ଦେଉନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି । ରାଜ୍ୟସରକାର ଉପଯୁକ୍ତ ଚାଷୀ ଚିହ୍ନଟ ସହ ତାଲିକା ଦେବାକୁ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।

25/02/2019

Leave a Reply

Your email address will not be published. Required fields are marked *

Comments